ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ

matric

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଅପରାହ୍ନ ଚାରିଟାରେ ପ୍ରକାଶ ପାଇବା ପାଇଁ ଯାଉଛି ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ତେବେ ଅନଲାଇନ ମାର୍କିଂରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀମାନେ ଏହି ଅଫଲାଇନ ପରୀକ୍ଷା ଦେଇଥିଲେ । ଏନେଇ ମୋଟ୍ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପରୀକ୍ଷା ଦେଇଥିଲେ। ଅପରିପକ୍ଷେ କରୋନା ଯୋଗୁଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଯାଇଥିଲା ।

ବୋର୍ଡ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସାହାଯ୍ୟରେ ମୂଲ୍ୟାଙ୍କନ କରାଯାଇଥିଲା । ତେବେ ଏହି ପରୀକ୍ଷା ଫଳ ଜୁନ ୨୫ ତାରିଖରେ ପ୍ରକାଶ କରାଯାଇଥିଲା । ଏହି ପରୀକ୍ଷାଫଳରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିବାର ଦେଖିବା ପାଇଁ ମିଳିଥିଲା । ତେଣୁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅପଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଯେଉଁଠି ପ୍ରାୟ ୧୫,୧୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

Related Posts