ଆଫଗାନିସ୍ତାନ ରାଜଧାନୀ କାବୁଲରୁ ୟୁକ୍ରେନ ବିମାନ ଅପହରଣ , ଇରାନରେ ଅପହୃତ ବିମାନ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ତାଲିବାନ ଭୟରେ ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ନେବାକୁ ଆସିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରିନିଆଯାଇଥିବାର ଖବର ମିଳିଛି। ରିପୋର୍ଟ ଅନୁଯାୟୀ ଅପହରଣକାରୀ ବିମାନକୁ ଇରାନ ନେଇଯାଇଥିବା କୁହାଯାଇଛି । ସଶସ୍ତ୍ର ବ୍ୟକ୍ତିମାନେ ବିମାନକୁ ରବିବାର ଠାରୁ ଅପହରଣ କରିନେଇଛନ୍ତି। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ମଙ୍ଗଳବାର ଦିନ ଏ ନେଇ ସୂଚନା ଦେଇଛନ୍ତି । Tass  ରିପୋର୍ଟ ଅନୁଯାୟୀ , ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେନିନ କହିଛନ୍ତି ଯେ , ରବିବାର ଦିନ କିଛି ଅଜ୍ଞାତ ଲୋକ ନିଜ ଦେଶର ଲୋକଙ୍କୁ ନେବାକୁ ଆସିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରିନେଇଥିଲେ। ମଙ୍ଗଳବାର ଦିନ ତାହାକୁ ୟୁକ୍ରେନଠାରୁ ଚୋରାଇ ନିଆଯାଇଛି। ବିମାନରେ ୟୁକ୍ରେନ ନାଗରିକଙ୍କୁ ସ୍ଥାନାନ୍ତର କାର୍ଯ୍ୟକ୍ରମ ଜାରି ରହିଥିବାବେଳେ କିଛି ସଶସ୍ତ୍ର ବ୍ୟକ୍ତି ସେଥିରେ ଅନ୍ୟ କେତେକ ଲୋକଙ୍କୁ ସାଙ୍ଗରେ ନେଇ ବିମାନକୁ ଇରାନ ନେଇଯାଇଛନ୍ତି। ପୂର୍ବରୁ ୟୁକ୍ରେନ ତାହାର ନାଗରିକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ତିନିଥର ପ୍ରୟାସ କରି ମଧ୍ୟ ବିଫଳ ହୋଇଛି। କାରଣ ୟୁକ୍ରେନ ନାଗରିକମାନେ କାବୁଲ ବିମାନ ବନ୍ଦର ଭିତରକୁ ପ୍ରବେଶ କରିପାରୁନାହାନ୍ତି ବୋଲି ୟେନିନ କହିଛନ୍ତି।

ୟେନିନ ଆହୁରି ମଧ୍ୟ କହିଛନ୍ତି ଯେ , ଅପହରଣକାରୀମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ନେଇ ଆସିଥିଲେ । ତେବେ ଉକ୍ତ ବିମାନଟି ଏବେ କେଉଁଠି ଅଛି ଏବଂ ତାକୁ ଫେରାଇ ଆଣିବାକୁ Kiev ଦାବି କରିବ କି ନାହିଁ ସେ ସମ୍ପର୍କରେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ୟେନିନ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ରବିବାର ଦିନ କାବୁଲରୁ ୟୁକ୍ରେନର ଏକ ସାମରିକ ପରିବହନ ବିମାନରେ ୮୩ ଜଣ ଲୋକ Kievରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୩୧ ଜଣ ୟୁକ୍ରେନ ନାଗରିକ ଏବଂ ସେମାନଙ୍କ ସହିତ ଆସିଥିବା ଆଉ କିଛି ବିଦେଶୀ ସାମ୍ବାଦିକ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ଆଫଗାନିସ୍ତାନରେ ୧୦୦ରୁ ଅଧିକ ୟୁକ୍ରେନ ନାଗରିକ ରହିଯାଇଥିବା Kiev କହିଛି।

Related Posts