ତାଲିବାନୀ ବିରୋଧରେ ମୁହଁ ଖୋଲିଲେ ଆଫଗାନୀ ପପ ଷ୍ଟାର; କହିଲେ ତାଲିବାନକୁ ଶକ୍ତିଶାଳୀ କରିବା ପଛରେ ରହିଛି ପାକିସ୍ତାନ; ଖୁବଶୀଘ୍ର ସମ୍ପୃକ୍ତ ଦେଶର ପଣ୍ଡିଂକୁ ରଦ୍ଧ କରାଯାଉ

afgan '

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସାରା ଦେଶରେ ଭୟର ବାତାବରଣ ଖେଳିଯାଇଛି । କିଏ ଭୟରେ ଦେଶ ଛାଡି ପଳାଉଥିବା ବେଳେ ଆଉ କିଏ ତାଲିବାନୀଙ୍କର ସମସ୍ତ ନିୟମକୁ ମାନି ଯାଉଛନ୍ତି । ଏପରିସ୍ଥିତିରେ ସାମ୍ନାକୁ ଆସିଛି ଆଫଗାନିସ୍ତାନର ପ୍ରସିଦ୍ଧ ପପ୍ ସିଙ୍ଗର ଆରୟାନା ସୟିଦଙ୍କ ଏକ ଭିଡିଓ । ତେବେ ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ନେଇ ପାକିସ୍ତାନକୁ ସିଧାସଳଖ ଦାୟୀ କରିଛନ୍ତି ପପ୍ ସିଙ୍ଗର୍ ଆରୟାନା ସୟିଦ୍ । ତାଲିବାନକୁ ନେଇ କେହି ମୁହଁ ଖୋଲୁନଥିବା ବେଳେ ସେ ଏପରି ସାହସ କରିବାର କାରଣ ହେଉଛି, ସେ ବର୍ତ୍ତମାନ କାବୁଲରୁ ଆସି ଭାରତରେ ପହଞ୍ଚିଛନ୍ତି । ସେ କହିଛନ୍ତି, ମୁଁ ଆଫଗାନିସ୍ତାନରୁ ଆସିଛି, କିନ୍ତୁ ସେଠାରେ ଫସି ରହିଥିବା ମହିଳାଙ୍କ ପାଇଁ ମୁଁ ଚିନ୍ତିତ ।

ତାଲିବାନ ଆମକୁ ୨୦ ବର୍ଷ ପଛକୁ ଠେଲି ଦେଇଛି। ଆମେ ଯେଉଁଠାରୁ ଆରମ୍ଭ କରିଥିଲୁ ଆମେ ଛିଡା ହୋଇଛୁ । ଏହା ସହ ତାଲିବାନ ପଛରେ ପାକିସ୍ତାନ ରହିଛି। ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କୁ ତାଲିମ ଦେଉଥିବା କାହାଠାରୁ ଲୁକ୍କାୟିତ ନୁହେଁ। ସେମାନଙ୍କର ବେସ୍ କ୍ୟାମ୍ପ ମଧ୍ୟ ପାକିସ୍ତାନରେ ଅଛି। ମୁଁ ବିଶ୍ୱର ସୁପରପାୱାର ଦେଶମାନଙ୍କୁ ନିବେଦନ କରୁଛି ଯେ ପାକିସ୍ତାନକୁ କୌଣସି ପାଣ୍ଠି ଦିଅନ୍ତୁ ନାହିଁ । ଏବଂ ଯଦି ସମ୍ଭବ ତାହାଲେ ତାଣ୍ଠୁ ମିଳୁଥିବା ପଣ୍ଡକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଅନ୍ତୁ । କାରଣ, ପାକିସ୍ତାନ ସେହି ଟଙ୍କା ସହିତ ତାଲିବାନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ଗତ କିଛି ବର୍ଷ ପାକିସ୍ତାନରେ ତାଲିବାନବାସୀଙ୍କୁ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମୁଁ ନିରାଶ ହୋଇଛି ଯେ ଆମର ରାଷ୍ଟ୍ରପତି ଆଶରଫ ଘାନି ଆମକୁ ପାକିସ୍ତାନ ଏବଂ ତାଲିବାନଙ୍କ ହାତରେ ଛାଡି ପଳାୟନ କରିଛନ୍ତି।

ଅପରିପକ୍ଷେ ଅଲ କାଏଦା ଏବଂ ତାଲିବାନ ଭଳି ଆତଙ୍କବାଦୀ ସଂଗଠନକୁ ହଟାଇବା ପାଇଁ ଆମେରିକା ଆଫଗାନିସ୍ତାନରେ ପ୍ରବେଶ କରିଥିଲା । ଏପରିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ନିଜର ଅନେକ ସୈନିକଙ୍କୁ ସେଠାରେ ହରାଇଥିଲା । କିନ୍ତୁ ବର୍ତ୍ତମାନ ହଠାତ ଆମେରିକା ତା’ର ସୈନିକଙ୍କୁ ସେଠାରୁ ନେଇଯାଇଥିଲା । ତେଣୁ ସେ ବିଶ୍ୱର ସମସ୍ତ ଦେଶକୁ ଅନୁରୋଧ କରୁଛନ୍ତି ଯେ ଆଫଗାନିସ୍ତାନୁ ଏପରି ସ୍ଥିତିରେ ନ ଛାଡି ତାଲିବାନକୁ ସେଠାରୁ ବାହାର କରିବାରେ ସାହାଯ୍ୟ କରନ୍ତୁ ବୋଲି ସିଙ୍ଗର ଆରୟାନା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଭାରତ ସପକ୍ଷରେ ମଧ୍ୟ ସେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଆଫଗାନିସ୍ତାନର ଏକ ଭଲ ପଡ଼ୋଶୀ ଅଟେ। ସେ ସର୍ବଦା ଜଣେ ଭଲ ବନ୍ଧୁ ପରି ଆମକୁ ସାହାଯ୍ୟ କରୁଥିଲେ । ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ଦଖଲ କଲା । ସେତେବେଳେ ଭାରତ କେବଳ ତା’ର ନାଗରିକଙ୍କୁ ନୁହେଁ ବରଂ ଆଫଗାନିସ୍ତାନର ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲା । ତେଣୁ ମୁଁ ସମଗ୍ର ଆଫଗାନିସ୍ତାନ ତରଫରୁ ଭାରତକୁ ଧନ୍ୟବାଦ ବୋଲି କହିଥିଲେ ।

Related Posts