
କଟକ : ବେଶ ସୁରୁଖୁରରେ ସରିଲା ମାଟ୍ରିକ ପରୀକ୍ଷା । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଇଛନ୍ତି ପରୀକ୍ଷା | ତେବେ ପରୀକ୍ଷା ଆଜି ଶେଷ ହୋଇଥିବା ବେଳେ, ଆସନ୍ତା ୨୦ତାରିଖରୁ ଆରମ୍ଭ ହେଵ ଖାତା ଦେଖା । ଏନେଇ ଵୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଚଳିତ ବର୍ଷ ସିଲାଵସ୍ ଵାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । ଖାସ୍କରି ଗଣିତ, ଇଂରାଜୀ ଓ ସାମାଜିକ ଵିଞ୍ଜାନର ସିଲାଵସ୍ ଵାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । କିନ୍ତୁ ସିଲାଵସ୍ ଵାହାରୁ ପ୍ରଶ୍ନ ପଡିଥିବା ଅଭିଯୋଗକୁ ଵୋର୍ଡ ସଭାପତି ଖଣ୍ଡନ କରିଛନ୍ତି ।
ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଵୋର୍ଡ ସଭାପତି କହିଛନ୍ତି ଯେ, ଏହି ଘଟଣାରେ ଵୋର୍ଡର କୌଣସି ଭୂମିକା ନାହିଁ । କେତେ ପିଲା ପରୀକ୍ଷା ଦେଇ ନାହାଁନ୍ତି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଆସିନି । ପ୍ରଥମ ସମେଟିଭ୍ ଦେଇନଥିଲେ ଵି ଦ୍ବିତୀୟ ସମେଟିଭ୍ ଦେଇପାରିବେ ଛାତ୍ରଛାତ୍ରୀ ।