
ଦେବଗଡ : ବିଧାୟକଙ୍କୁ ମିଳିଲା ଜାମିନ | ଦେବଗଡ଼ ଜିଲ୍ଲା ଦୌରାଜଜ୍ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଜାମିନ ପ୍ରଦାନ କରିଛନ୍ତି | ୨ ଜାମିନ୍ଦାର ଓ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ଜାମିନ୍ ଦେଇଛନ୍ତି ମାନ୍ୟବର କୋର୍ଟ । ଏନେଇ ବିଧାୟକଙ୍କ ଓକିଲ ସୂଚନା ଦେଇଛି ।
ତେବେ ଗତ ଏକ ତାରିଖଠାରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଧାୟକ । ତିଲେଇବଣୀ ବ୍ଲକ ବିଡିଓଙ୍କ ସହ ବିବାଦ ଯୋଗୁଁ ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା । ପରେ ଦେହ ଅସୁସ୍ଥ ଯୋଗୁଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଉ ଏବେ ଜାମିନ ଆବେଦନ ମଞ୍ଜୁର ପରେ ଜେଲରୁ ମୁକୁଳିବାର ବାଟ ଫିଟିଛି ।