ବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଙ୍କୁ ମାଡ଼ ମାରିଲେ ଉପବାଚସ୍ପତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ରୈଲା ଗ୍ରାମରେ ଥିବା ରାଜକୀୟ ମାଧ୍ୟମିକ ସ୍କୁଲରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ଉପ ବାଚସ୍ପତି ଜଣେ ଛାତ୍ରଙ୍କୁ ମାଡ଼ ମରିବାର ଭିଡିଓ ଭାଇରାଲ ହୋଇଛି | ଯାହାକୁ ନେଇ ବିଧାନସଭାର ଉପାଧ୍ୟକ୍ଷ ହଂସରାଜ ବିବାଦ ମଧ୍ୟରେ ଛନ୍ଦି ହୋଇଛନ୍ତି । ସେ ଚମ୍ବା ଜିଲ୍ଲାରେ ଥିବା ଏକ ସ୍କୁଲରେ ଜଣେ ଛାତ୍ରଙ୍କୁ ମାଡ ମାରିଛନ୍ତି ।

ତେବେ ଏହି ମାମଲାରେ ଛାତ୍ରର ପିତା ହଂସରାଜଙ୍କ ପାଇଁ ସଫେଇ ଦେଇଛନ୍ତି । ହଂସରାଜ କିଛି ବୁଝାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କ ହାତ ଛାତ୍ରଙ୍କ ଉପରେ ଭୁଲରେ ବାଜି ଯାଇଥିବା ସେ କହିଛନ୍ତି ।

ସୂଚନାନୁସାରେ, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ହଂସରାଜ ଏକ ସ୍କୁଲରେ ଛାତ୍ରଙ୍କ ସହ ଆଲୋଚନା କରୁଛନ୍ତି । ଏହାମଧ୍ୟରେ ଜଣେ ଛାତ୍ର ହଠାତ କୌଣସି କାରଣରୁ ହସୁଥିବା ନଜର ଆସିଥିଲା । ଏଥିରେ ରାଗିଯାଇ ହଂସରାଜ ସଂପୃକ୍ତ ଛାତ୍ରଙ୍କୁ ମାଡ ମାରିଥିଲେ ।

ଏହି ଘଟଣାକୁ ନେଇ କଂଗ୍ରେସ ଉପ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । କଂଗ୍ରେସ ବିଧାୟକ ବିକ୍ରମାଦିତ୍ୟ ସିଂ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ତଦନ୍ତ ଦାବି କରିଛନ୍ତି ।

Related Posts