ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଚଳିତ ମାସ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ | ଚଳିତ ମାସ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଟ୍ରିକ ଖାତା ଦେଖା ଶେଷ ହୋଇଛି; ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ୨ ବର୍ଷ ପରେ ଏଥର ଅଫଲାଇନ୍‌ ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଥିଲା। ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଥିଲା। ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହୋଇଥିଲେ। କୋଭିଡ ନିୟମ ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ସିଟିଂ ଆରେଞ୍ଜମେଣ୍ଟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Related Posts