ଲୁଚକାଳି ଖେଳୁଛି ମୌସୁମୀ: ୧୦ ତାରିଖ ପୂର୍ବରୁ ଓଡିଶା ଛୁଇଁବା ସମ୍ଭାବନା କ୍ଷୀଣ

ଭୁବନେଶ୍ୱର: ମଝିରେ ଦିନେ ଦୁଇଦିନ ବର୍ଷା ହେବା ପରେ ରାଜ୍ୟାବାସୀ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଥିଲେ। ଖୁବଶୀଘ୍ର ମୌସୁମୀ ଆସିବା ନେଇ ମଧ୍ୟ କୁହାଯାଉଥିଲା। ହେଲେ ଏବେ ପାଣିପାଗ ଖବର ଯାହା ସେଥିରେ ରାଜ୍ୟାବାସୀ ଚିନ୍ତାରେ ପଡ଼ିଲେଣି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି)ର ସୂଚନା ଅନୁସାରେ ଉତ୍ତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁ ଓଡ଼ିଶାରେ ମେ ୨୯ ତାରିଖରୁ ଦିନରେ ତାପମାତ୍ରା ବଢ଼ିବ। କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ଯାଇପାରେ ବୋଲି ସିଇସି କହିଛି। ଗୁରୁବାର ପାଣିପାଗ ସମ୍ବନ୍ଧୀୟ ଏଭଳି ପୂର୍ବ ସୂଚନା ଦେଇଛି ସିଇସି।

ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼ିବା। କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପ ସହ ପାରା ୪୪ ଡିଗ୍ରୀକୁ ୪୭ ଡିଗ୍ରୀ ସେଲ୍‌ସିୟସ ବଢ଼ିବାର ସମ୍ଭାବନା ରହିଛି ବୋଲି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉପକୂଳ ଅଂଚଳରେ ମଧ୍ୟ ଜୁନ ପ୍ରଥମ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି।

ଫଳରେ ଏ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ୧୦ ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ପହଞ୍ଚିବା ସମ୍ଭାବନା କମ । ପୂର୍ବରୁ କୁହାଯାଉଥିଲା, ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡିଶା ଛୁଇଁପାରେ । କିନ୍ତୁ ବର୍ତମାନ ମୌସୁମୀର ଗତିପଥ ଦେଖିଲେ ଜଣାପଡୁଛି, ଏହି ସମୟରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା କ୍ଷୀଣ । ବରଂ ଜୁନ ପ୍ରଥମ ସପ୍ତାହରେ ପ୍ରବଳ ଖରାରେ ସିଝିବ ଓଡିଶା ।

ମୌସୁମୀ ଆଜି କେରଳ ଛୁଇଁବ ବୋଲି କୁହାଯାଇଥିଲା । କିନ୍ତୁ ଆଇଏମଡିର ଆକଳନ ଅନୁସାରେ, କେରଳ ଛୁଇଁବାକୁ ମୌସୁମୀକୁ ଆଉ କିଛି ସମୟ ଲାଗିପାରେ । ମୌସୁମୀ କେରଳ ଛୁଇଁବାରେ ବିଳମ୍ବ ହେଉଥିବାରୁ ଓଡିଶାକୁ ଆସିବାରେ ବି ବିଳମ୍ବ ହୋଇପାରେ । ପାଖାପାଖି ୬ ଦିନ ଧରି ସ୍ଥିର ରହିବା ପରେ ମୌସୁମୀ ଏବେ ଦକ୍ଷିଣ ଶ୍ରୀଲଙ୍କା ଛୁଇଁଛ । ମୌସୁମୀ ପଂହଚିବାରେ ବିଳମ୍ବ ହୋଇଥିବାରୁ ଜୁନ ପ୍ରଥମ ସପ୍ତାହରେ ତାତି ବଢିବ ।

Related Posts