
ନୂଆଦିଲ୍ଲୀ : ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀ | ନିକଟରେ ବିଭିନ୍ନ ବିଦ୍ୟାଳୟରେ ବେଦ, ରାମାୟଣ ଏବଂ ଭଗବଦ୍ ଗୀତା ଶିକ୍ଷାଦାନ କରାଯିବ ବୋଲି ଘୋଷଣା ପରେବି ପରେ ଏବେ ଶିକ୍ଷାମନ୍ତ୍ରୀ ଧନ ସିଂ ରାୱତ କହିଛନ୍ତି ଯେ ହିନ୍ଦୀରେ ଏମବିବିଏସ୍ ପାଠ୍ୟକ୍ରମ ଆଗାମୀ ଦିନରେ ରହିବ ବୋଲି ଘୋଷଣା କରିଛନ୍ତି । ହିନ୍ଦୀରେ ଏହି ପାଠ୍ୟକ୍ରମ ନଥିବାରୁ ହିନ୍ଦୀ ପିଲାଙ୍କୁ ବହୁ ଅସୁବିଧା ହେଉଥିବା କୁହାଯାଇଛି । ତେବେ ଏହି ନିୟମ ଲାଗୁ ହେବା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ |
କେବଳ ଏତିକି ନୁହେଁ ଏହି ସବୁଧା ହେବା ଫଳରେ ହିନ୍ଦୀ-ମାଧ୍ୟମ ଛାତ୍ରମାନେ ଇଂରାଜୀ-ମାଧ୍ୟମ -ଶିକ୍ଷିତ ସହକର୍ମୀମାନଙ୍କ ସହ ସମାନ ହେବାରେ ସାହାଯ୍ୟ କରିବ ।
ତେଣୁ ହିନ୍ଦୀରେ ଏମବିବିଏସ୍ ଡିଗ୍ରୀ ପାଠ୍ୟକ୍ରମ ପାଇଁ ସରକାର ଖୁବ୍ ଶୀଘ୍ର ଏହାର କାର୍ୟ୍ୟ ଯୋଜନା ଚୂଡାନ୍ତ କରିବେ ବୋଲି ରାୱତ କହିଛନ୍ତି । ରାୱତ କହିଛନ୍ତି ଯେ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ହିନ୍ଦୀରେ ଶିକ୍ଷା ପ୍ରଦାନ ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି।
ଏହା ନୂତନ ଜାତୀୟ ଶିକ୍ଷା ନୀତି ସହିତ ସଂଯୋଗ ହେଉଛି, ଯାହାକି “ଭାରତୀୟ ଜ୍ଞାନ ପ୍ରଣାଳୀ” ଏବଂ ସ୍ଥାନୀୟ ଭାଷା କିମ୍ବା “ମାତୃଭାଷା” ଉପରେ ନିର୍ଦେଶ ଉପରେ ଗୁରୁତ୍ୱ ଦେଇଥାଏ। “କେନ୍ଦ୍ରର ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ହିନ୍ଦୀରେ ଏମବିବିଏସ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଆମେ ପ୍ରତିବଦ୍ଧ।