ହାତ ଛାଡି ପଦ୍ମ ଧରିଥିବା ୪ ନେତାଙ୍କ ଖୋଲିଲା ଭାଗ୍ୟ: ହେଲେ ମୁଖ୍ୟମନ୍ତ୍ରୀ, ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଏବେ ସମଗ୍ର ଦେଶରେ ନିଜ ସ୍ଥିତି ହରେଇବାକୁ ବସିଥିବା ବେଳେ, ଅନେକ ବଡ ବଡ ନେତା ଓ ବରିଷ୍ଠ ନେତା ଦଳ ଛାଡ଼ୁଛନ୍ତି | ଯାହା କଂଗ୍ରେସ ପାଇଁ ବିପଦ ଆଣୁଛି | କିନ୍ତୁ ପାଦ ଓ ଆସନ ଲୋଭରେ ଦଳ ଛାଡୁଥିବା ନେତାଙ୍କୁ କେତେବେଳେ ସଫଳତା ମିଳୁଛି ଓ ଆଉ କେତେବେଳେ ଅସଫଳ ହେଉଛନ୍ତି | ଏହିପରି ଭାବେ ହାର ଜିତ ଲାଗି ରହିଛି | ତେବେ ଏହି ସବୁ ମଧ୍ୟରେ କଂଗ୍ରେସ ର ୪ ନେତାଙ୍କ ଭାଗ୍ୟ ଖୋଲିଛି |

କଂଗ୍ରେସ କୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କାର କରିଛନ୍ତି | ନିକଟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଶନିବାର ସନ୍ଧ୍ୟାରେ ଅଚାନକ ରାଜ୍ୟପାଳକୁ ନିଜର ଇସ୍ତଫା ପତ୍ର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ମାତ୍ର ବିଜେପି ହାଇକମାଣ୍ଡ ସନ୍ଧ୍ୟା ସୁଦ୍ଧା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି । ତ୍ରିପୁରା ଭଳି ପୂର୍ବରୁ ଉତ୍ତରାଖଣ୍ଡ, ଗୁଜରାଟ ଓ କର୍ଣ୍ଣାଟକରେ ମଧ୍ୟ ହଠାତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଥିଲା । ବିଜେପି ପୂର୍ବୋତ୍ତରରେ ଏକ ବଡ଼ ରେକର୍ଡ କରିଛି । ୪ଟି ରାଜ୍ୟରେ କଂଗ୍ରେସ ଛାଡ଼ି ଆସି ବିଜେପିରେ ମିଶିଥିବା ନେତାଙ୍କୁ ବିଜେପି ମୁଖୃମନ୍ତ୍ରୀ କରିଛି ।

ହିମନ୍ତ ବିଶ୍ୱାଶର୍ମା ୨୦୨୧ରେ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ସର୍ବାନନ୍ଦ ସୋନୱାଲଙ୍କ ସ୍ଥାନ ନେଇଥିଲେ । ୨୦୧୫ରେ କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ଶ୍ରୀ ବିଶ୍ୱାଶର୍ମା ବିଜେପିରେ ଯୋଗଦେଇଥିଲେ । ୨୦୧୬ ବିଧାନସଭା ନିର୍ବାଚନ ଓ ୨୦୧୯ର ଲୋକସଭା ନିର୍ବାଚନରେ ହିମନ୍ତାଙ୍କ ପ୍ରଚାର ବଳରେ ଆସାମରେ ବିଜେପି ବିଶାଳ ବିଜୟ ହାସଲ କରିଥିଲା ।

ମଣିପୁରରେ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ଭୋଟରେ ଜିତିଥିଲା । ଏନ୍ ବୀରେନ ସିଂହଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା । ଶ୍ରୀ ସିଂହ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ନେଫିୟୁ ରିୟୋ ନାଗାଲାଣ୍ଡର ଏକାଧିକ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ ନାଁରେ ରାଜ୍ୟର ସର୍ବାଧିକ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ରେକର୍ଡ ପ୍ରତିଷ୍ଠା ହୋଇଛି । ରିୟୋ କଂଗ୍ରେସର ବରିଷ୍ଠ ନେତା ଥିଲା । ସେ ୨୦୦୨ରେ କଂଗ୍ରେସ ଠାରୁ ସଂପର୍କ ଶେଷ କରିଥିଲେ । ୨୦୧୮ରେ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି (ଏନପିଏଫ) ବିଜେପି ସହିତ ମେଣ୍ଟ କରିଥିଲା । ରିୟୋ ୨୦୧୮ ନିର୍ବାଚନ ପୂର୍ବରୁ ବିଜେପି ସହିତ ମେଣ୍ଟ କରିଥିଲେ । ନିର୍ବାଚନ ଜିତିବାରେ ବିଜେପିର ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ନେଫିୟୁ ୧୯୮୯ରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ ସେ ୨୦୦୩-୦୮, ୨୦୦୮-୧୩ ଓ ୨୦୧୩ରୁ ୧୪ ମଧ୍ୟରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ।

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା ୬ ବର୍ଷ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ସେ ଏତେ ଶୀଘ୍ର ପ୍ରଭାବଶାଳୀ ହୋଇଯିବେ, ଏକଥା ରାଜନୀତି ବିଶେଷଜ୍ଞମାନେ ମଧ୍ୟ ଅନୁମାନ କରିପାରି ନ ଥିଲେ । ବିଜେପିରେ ଯୋଗଦେବା ପରେ ମାଣିକ ସାହାଙ୍କୁ ରାଜ୍ୟର ସଭାପତି କରାଯାଇଥିଲା । ତ୍ରିପୁରା କ୍ରିକେଟ ଆସୋସିଏସନର ସଭାପତି ମଧ୍ୟ କରାଯାଇଥିଲା । ନିକଟରେ ରାଜ୍ୟସଭା ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ଏବେ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି ।

Related Posts