ସତ୍ୟପାଠ ବ୍ୟୁରୋ: ଛତିଶଗଡ଼ରେ ମାଆ-ଝିଅଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କ ବୁଡ଼ିଆଣି ଜାଲରେ ଫସିଛି ଛତିଶଗଡ଼ ପୋଲିସ । ଆଜି ଅନୁପଙ୍କ ରିମାଣ୍ଡ ଅବଧି ସରୁଥିବା ବେଳେ ହତ୍ୟାକାଣ୍ଡ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିପାରିନି ପୋଲିସ । ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଗାଡ଼ି ଏବଂ ଲୁହା ରଡ଼ର ଟେଣ୍ ବି ପାଇନି ରାୟଗଡ଼ ପୋଲିସ।
ସେପଟେ ଅନୁପ ସାଏଙ୍କୁ ଜେରାବେଳେ ରାୟଗଡ ପୋଲିସକୁ ମିଳିଛି କଣ ? ଅନୁପଙ୍କ ବିରୋଧରେ ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି କି ? ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ଗୋଳମାଳିଆ ହେଉଥିବା ଜଣାପଡ଼ୁଛି । କାରଣ ପୋଲିସ ତଦନ୍ତକୁ ଦିଗହରା କରିବା ପାଇଁ ଭରପୁର ପ୍ରୟାସ କରୁଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ। ଏହାରି ଭିତରେ କଳ୍ପନା-ବବ୍ଲି ଡବଲ ମର୍ଡର ମାମାରେ ଆଜି ସଂଧ୍ୟାରେ ଶେଷ ହେଉଛି ଅନୁପ ସାଏଙ୍କ ରିମାଣ୍ଡ ଅବଧି ।






