ମେଘାଳୟର ହିନ୍ଦୁମାନଙ୍କୁ ମିଳୁ ସଂଖ୍ୟାଲଘୁ ମାନ୍ୟତା: ଟିଏମସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃଣମୂଳ କଂଗ୍ରେସର ସଦସ୍ୟ ଶାନ୍ତା ଛେତ୍ରୀ ରାଜ୍ୟସଭାରେ ମେଘାଳୟରେ ଥିବା ହିନ୍ଦୁମାନଙ୍କ ପାଇଁ ସଂଖ୍ୟାଲଘୁ ମାନ୍ୟତା ଦାବି କରିଛନ୍ତି। ଜିରୋ ଘଣ୍ଟା ସମୟରେ ରାଜ୍ୟସଭାରେ ଉଠାଯାଇଥିବା ତାଙ୍କ ଦାବିକୁ ସମର୍ଥନ କରି ସେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍କୁ ଉଲ୍ଲେଖ କରିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାର କହିଛନ୍ତି ଯେ ଜନସଂଖ୍ୟା ଆଧାରରେ ହିନ୍ଦୁମାନଙ୍କୁ ମଧ୍ୟ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯାଇପାରିବ। ଛେତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯଦି କୌଣସି ରାଜ୍ୟରେ ହିନ୍ଦୁ ସଂଖ୍ୟାଗରିଷ୍ଠତା ନାହିଁ ତେବେ ରାଜ୍ୟ ସରକାର ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ବୋଲି ଘୋଷଣା କରିପାରିବେ।

ସେ କହିଛନ୍ତି ଯେ ଯଦି ହିନ୍ଦୁମାନେ ଏକ ନିର୍ଦ୍ଦିଷ୍ଟ ରାଜ୍ୟରେ ସଂଖ୍ୟାଲଘୁ ଅଟନ୍ତି । ତେବେ ସେମାନେ ସମ୍ବିଧାନରେ ଦିଆଯାଇଥିବା ସଂଖ୍ୟାଲଘୁଙ୍କ ଅଧିକାର ଅନୁଯାୟୀ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ଖୋଲିପାରିବେ। ସେ କହିଛନ୍ତି ମୁଁ ସମ୍ବିଧାନର ଧାରା ୨୯ ଏବଂ ୩୦ ଅନୁଯାୟୀ ବିଜ୍ଞପ୍ତି ମାଧ୍ୟମରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିବାକୁ ମେଘାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts