ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଅନେକ ସ୍ଥାନରେ ପାରଦ ଖସିଛି ଫଳରେ ଶୀତ ବଢିଛି। କିଛି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହାରି ଭିତରେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଟ୍ଵିନ ସିଟି କଟକ ଏବଂ ଭୁବନେଶ୍ଵରରେ ଚଳିତ ବର୍ଷର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ ହୋଇଛି। ଗତ ରାତିରେ କଟକରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ଵରରେ ୧୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୨୦ଟି ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ଵା ତା ଠାରୁ କମ୍ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୫.୬ ଡିଗ୍ରୀ, ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ରେ ୭ ଡିଗ୍ରୀ, ଜି.ଉଦୟଗିରିରେ ୭ ଡିଗ୍ରୀ, ସେମିଳିଗୁଡ଼ାରେ ୭.୩ ଡିଗ୍ରୀ, ଚିପିଲିମାରେ ୭.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ, ଢେଙ୍କାନାଳରେ ୮.୪ ଡିଗ୍ରୀ, କେନ୍ଦୁଝରରେ ୮.୫ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, ସୋନପୁରରେ ୯ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, ଭଦ୍ରକରେ ୯ ଡିଗ୍ରୀ, ରାଣୀତାଲରେ ୯.୨ ଡିଗ୍ରୀ, ମହିଷାଫାଟରେ ୯.୪ ଡିଗ୍ରୀ, ବାରିପଦାରେ ୯.୬ ଡିଗ୍ରୀ, ବାଲେଶ୍ଵରରେ ୯.୭ ଡିଗ୍ରୀ, ଭବାନୀପାଟଣାରେ ୧୦ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।