ମିଳିଲାନି ମହାପ୍ରୟାଣ ଗାଡି; ବାଇକରେ ଶବକୁ ବୋହିଲେ ପରିବାର ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଇକରେ ଶବକୁ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ତେବେ ମହାପ୍ରୟାଣ ଗାଡି ଲାଗି ୭୦୦ ରୁ ୮୦୦ ଟଙ୍କା ଲାଗିବ ବୋଲି କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଆଉ ଟଙ୍କା ନଦେଇ ପାରିବାରୁ ୧୨ କିଲୋମିଟର ମୋଟର ସାଇକଲରେ ଶବ ବୋହି ନେଇଥିଲେ ପରିବାର ଲୋକେ । ଏଭଳି ଏକ ଦୁଃଖଦ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଗୋଟିଏ କୁନି ଝିଅର ଶବକୁ ବାଇକରେ ବୋହି ନେଉଛନ୍ତି ପରିବାର ଲୋକ ।

ସେପଟେ ରକ୍ତ ନ ମିଳିବରୁ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାଲକାନଗିରି ସିନ୍ଧ୍ରିମାଳ ଗାଁର ୪ ବର୍ଷର କୁନି ଝିଅ ରଶ୍ମିତା ମାଢି ଗତ ତିନି ଦିନ ତଳେ ମ୍ୟାଲେରିଆ ଜ୍ୱରରେ ପିଡିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ରଶ୍ମିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ରକ୍ତର ଆବଶ୍ୟକତା ରହିଥିଲା । ହେଲେ ରକ୍ତ ନମିଳିବାରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts