ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବିମାନ ଭିତରେ ଘେରିଲେ କଂଗ୍ରେସ ନେତ୍ରୀ; ଭାଇରାଲ ହେବାରେ ଲାଗିଛି ଭିଡିଓ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବିମାନ ଭିତରେ ଘେରିଲେ କଂଗ୍ରେସ ନେତ୍ରୀ । ଫଳରେ ସ୍ମୃତି ଇରାଣୀ ଅପ୍ରସ୍ତୁତ ହୋଇ ପଡ଼ିଥିଲେ। କଂଗ୍ରେସ ନେତ୍ରୀଙ୍କ ପ୍ରଶ୍ନରେ ହଡ଼ବଡ଼ ହୋଇ ଯାଇଥିଲେ ସ୍ମୃତି ଇରାଣୀ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । କଂଗ୍ରେସ ମହିଳା ମୋର୍ଚ୍ଚାର ନେତ୍ରୀ ନୀତା ଡି ସୌଜା ସ୍ମୃତି ଇରାଣୀଙ୍କୁ ତେଲ ଦର କଥା ପଚାରି ତାଙ୍କୁ ଅଡ଼ୁଆରେ ପକାଇ ଥିଲେ। ଦିଲ୍ଲୀ-ଗୌହାଟି ବିମାନରେ ଉଭୟ ନୀତା ଡି ସୌଜା ଏବଂ ସ୍ମୃତି ଇରାଣୀ ମୁହାଁମୁହିଁ ହୋଇଥିଲେ। ହଠାତ ତେଲ ଦର ପାଚାରିବାରୁ ସ୍ମୃତି ଇରାଣୀ କିଛି ଉତ୍ତର ଦେଇ ଥିଲେ ମଧ୍ୟ ତାହା ସନ୍ତୋଷଜନକ ନଥିଲା। ଫଳରେ ନୀତା ତାଙ୍କୁ ଛାଡ଼ି ନଥିଲେ।

ଏହି ସମୟରେ ନିଜ ମୋବାଇଲରେ ଭିଡିଓ କରି ରେକର୍ଡ଼ କରିଥିଲେ କଂଗ୍ରେସ ନେତ୍ରୀ । ଏହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି ସେ। ସେ କହିଛନ୍ତି ଯେ, ଆଜି ମୋଦିଙ୍କ ମନ୍ତ୍ରିଙ୍କ ସହ ଭେଟ ହୋଇଥିଲା । ମୁଁ ତେଲ ଓ ଗ୍ୟାସ ଦର କଥା ପଚାରିବାରୁ ସ୍ମୃତି ଇଣାଣୀ ମାଗଣା ଟିକା ଓ ଗରିବଙ୍କୁ ମାଗଣା ରାସନ ପ୍ରଦାନକୁ ଦାୟୀ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତା ତାଙ୍କ ବାଟ ଅବରୋଧ କରୁଥିବା ସ୍ମୃତି ଇରାଣୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପ୍ରତି ୧୧୫ ଟଙ୍କା ଅତିକ୍ରମ କରିଛି। ୧୬ ଦିନରେ ଲିଟର ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts