ଘାଟି ତଳକୁ ଖସି ପଡିଲା ମିନି ବସ୍: ଅଘଟଣରେ ୮ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମରର ଉଦ୍ଧମପୁରରେ ଘଟିଛି ବଡ଼ ଅଘଟଣ। ଘାଟି ତଳକୁ ଖସି ପଡ଼ିଛି ଏକ ମିନି ବସ୍ । ବସ୍ ରେ ସ୍କୁଲ ଛାତ୍ର ଥିଲା ବେଳେ ଏହି ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହୟତାରେ ସ୍କୁଲ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଅଘଟଣ ପରେ ସେଠାରେ ଲୋକଙ୍କ ଗହଳି ବଢିଥିଲା । ସବୁଠାରୁ ବଡ କଥା ହେଉଛି ଯେ ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇନାହିଁ ।

କୁହାଯାଉଛି ଯେ, ମିନି ବସରେ ୮ ଜଣ ଛାତ୍ର ବସିଥିଲେ । ବସଟି ବରମୀନ ଗ୍ରାମରୁ ଉଦ୍ଧମପୁର ଯାଉଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ଘଟି ତଳକୁ ଖସି ପଡିଥିଲା ।

Related Posts