ଗଣତନ୍ତ୍ରରେ ପ୍ରଥମ ଥର ଦେଖିବାକୁ ମିଳୁଛି ଯେଉଁଠି ସରକାର ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି : ସଚିନ ପାଇଲଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଭିଯୋଗ ଉପରେ କଂଗ୍ରେସ ନେତା ସଚିନ ପାଇଲଟ୍ ଦୃଢ ଜବାବ ଦେଇଛନ୍ତି। ସେ କହିଛନ୍ତି ଗଣତନ୍ତ୍ରରେ ପ୍ରଥମ ଥର ଏମିତି ଦେଖିବାକୁ ମିଳୁଛି ଯେଉଁଠି ସରକାର ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ହେଲେ ପ୍ରଶ୍ନ ପଚାରିବାର କାମ ତ ବିରୋଧୀଙ୍କର। କିନ୍ତୁ ଦୁର୍ଭାଗ୍ୟର କଥା ବିରୋଧୀଙ୍କ ସ୍ଵରକୁ ଦବାଇ ଦେବାକୁ ଉଦ୍ୟମ ଜାରି ରହିଛି। ଶାହଙ୍କ ଅଭିଯୋଗ ଉପରେ ସଚିନ ପାଇଲଟ୍‌ କହିଛନ୍ତି, କଳା ପୋଷାକ ପିନ୍ଧି ଦେଶରେ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ନେତା ମାନେ ସାଙ୍କେତିକ ପ୍ରଦର୍ଶନ କରିଥିଲେ। ସୂଚନା ଥାଉକି ଅମିତ୍ ଶାହ ଅଭିଯୋଗ କରିଥିଲେ, କଂଗ୍ରେସ ଏପରି ବିରୋଧ ପ୍ରଦର୍ଶନ ପାଇଁ ୫ ଅଗଷ୍ଟକୁ କଣ ପାଇଁ ଚୟନ କରିଥିଲା ? କାରଣ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଶ୍ରୀରାମଜନ୍ମ ଭୂମି ଉପରେ ମନ୍ଦିର ଶିଳାନ୍ୟାସ୍ କରିଥିଲେ।

ଏନେଇ ଏକ ଘରୋଇ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କଂଗ୍ରେସ ନେତା ସଚିନ ପାଇଲଟ୍ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଭିଯୋଗ ଉପରେ ଜବାବ ଦେଇଛନ୍ତି। ସେ କହିଛନ୍ତି, ପାର୍ଟିର ନେତା କଳା ପୋଷାକ ଏଥିପାଇଁ ପିନ୍ଧିଥିଲେ କାରଣ ଦରବୃଦ୍ଧି ଉପରେ ସରକାରଙ୍କ ବିରୋଧରେ ଆମର ପ୍ରଦର୍ଶନ ସାଙ୍କେତିକ ଥିଲା। କେନ୍ଦ୍ର ସରକାର ଦରବୃଦ୍ଧି ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ବିରୋଧୀଙ୍କୁ ସ୍ଵରକୁ ଦବାଇକୁ ଉଦ୍ୟମ କରାଯାଉଛି। ଦରବୃଦ୍ଧି ପ୍ରସଙ୍ଗରେ ସରକାର ବିରୋଧୀଙ୍କ ସ୍ଵରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି।

କଂଗ୍ରେସ ପାର୍ଟି ରାମଜନ୍ମ ଭୂମି ଶିଳାନ୍ୟାସର ଉତ୍ସବ ଦିନ କାହିଁକି କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କଲା। ପ୍ରଶ୍ନର ଉତ୍ତରରେ କଂଗ୍ରେସ ଦଳର ବରିଷ୍ଠ ନେତା ସଚିନ ପାଇଲଟ୍ କହିଛନ୍ତି, ରାମ ଜନ୍ମଭୂମି ଉପରେ କୋର୍ଟର ନିଷ୍ପତ୍ତି ଆଜିର ନୁହେଁ। ଏହା ଉପରେ ଦୀର୍ଘ ଦିନରୁ ମାମଲା ଚାଲି ଆସିଥିଲା। ବିଜେପିକୁ ପ୍ରତିଜବାବ ଦେଇ ପାଇଲଟ୍ କହିଛନ୍ତି, ସରକାର ଆଲୋଚନାରୁ ପଳାୟନ କରୁଛନ୍ତି ଏବଂ ବିରୋଧୀଙ୍କ ଉପରେ ଅଭିଯୋଗ ଲଗାଉଛନ୍ତି ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

Related Posts