ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଇଡିରେ ହାଜର ହେଲେ ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଖଣି କାରବାର ମାମଲାରେ ଇଡିରେ ବିଧାୟକ ବ୍ରଜ ପ୍ରଧାନ ହାଜର ହୋଇଥିବା ସୂଚନା ମିଳିଛି ।
ସୂଚନା ଥାଉକି, ବେଆଇନ ଖଣି କାରବାର ମାମଲାରେ ପ୍ରଚୁର ଅର୍ଥ ହାସଲ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଏନେଇ ଇଡିରେ ଜେରାର ସମ୍ମୁଖୀନ ହୋଇପାରନ୍ତି ବିଧାୟକ । ତେବେ ପୂର୍ବରୁ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ କରିଥିଲା ଇଡି ।ସେହି ମାମଲା ତଦନ୍ତ ଜାରି ରହିଥିବା ବେଳେ ବ୍ରଜ ପ୍ରଧାନଙ୍କ ଖଣି ଲିଙ୍କ୍ ସମ୍ପର୍କରେ ଜାଣିବାକୁ ପାଇଥିଲା ଇଡି ।
