ଖଣି ସଚିବ ପୂଜା ସିଙ୍ଗଲଙ୍କ ଆର୍ଥିକ ଅନିୟମିତତା ମାମଲା: ଝାଡଖଣ୍ଡ ଓ ବିହାରର ମୁଜାଫରପୁର ସମେତ ମୋଟ 7ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକାକାଳୀନ ଚଢାଉ

ପାଟନା: ପଡୋଶୀ ରାଜ୍ୟକୁ ଲମ୍ବିଛି ଝାଡଖଣ୍ଡର ନିଲମ୍ବିତ ତଥା ଗିରଫ ହୋଇ ଜେଲରେ ଥିବା ଖଣି ସଚିବ ପୂଜା ସିଙ୍ଗଲଙ୍କ ଆର୍ଥିକ ଅନିୟମିତତା ମାମଲା । ଝାଡଖଣ୍ଡରୁ ଆରମ୍ଭ ହୋଇଥିବା ଏହି ମାମଲା ଏବେ ପଡୋଶୀ ବିହାରରେ ପହଞ୍ଚିଛି । ଆଜି (ମଙ୍ଗଳବାର) ଝାଡଖଣ୍ଡ ଓ ବିହାରର ମୁଜାଫରପୁର ସମେତ ମୋଟ 7ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକାକାଳୀନ ଚଢାଉ ଜାରି ରହିଛି ।

ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରି ଆର୍ଥିକ କାରବାରର ଚେର ଖୋଜିବାରେ ଲାଗିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ । ଆଜି ଚଢାଉର ଫଳାଫଳ ନେଇ କୌଣସି ନୂଆ ସୂଚନା ମିଳି ପାରିନଥିବା ବେଳେ ସର୍ଚ୍ଚ ଜାରି ରହିଥିବା ସୂଚନା ମିଳିଛି । ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ପ୍ରାୟ ନଗଦ 20 କୋଟି ଟଙ୍କା ଜବତ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରକୁ ଆସିଥିଲେ ପୂଜା ଓ ତାଙ୍କ ସ୍ବାମୀ ।ତେବେ ଉଭୟଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ ମଧ୍ୟ ଜାରି ହୋଇଥିଲା । ପୂଜା ସ୍ବାମୀଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହୋଇ ମାରାଥନ ଜେରା ହେବା ଗିରଫ ହୋଇଥିଲେ । ପୂଜାଙ୍କ ବିରୋଧରେ ଏକାଧିକ ମାମଲା ଥିବାବେଳେ ଗିରଫ ପରେ ତାଙ୍କୁ ତୁରନ୍ତ ଦାୟିତ୍ବରୁ ନିଲମ୍ବିତ କରିଥିଲେ ଝାଡଖଣ୍ଡ ସରକାର ।

ପୂଜାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ବ୍ୟତୀତ କ୍ଷମତାର ଅପବ୍ୟବହାର କରି ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ ମଧ୍ୟ ରହିଛି ।

Related Posts