କୁତବ ମିନାର ପରିସରରେ ପୂଜା ପାଇଁ ଅନୁମତି ମାମଲାର ସରିଲା ଶୁଣାଣି; ଜୁନ ୯ରେ ଆସିବ ରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୁତବ ମିନାର ପରିସରରେ ପୂଜା ପାଇଁ ଅନୁମତି ମାମଲାର ସରିଲା ଶୁଣାଣି । ମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ ବୋଲି କହିଛନ୍ତି । ଏହାପୂର୍ବରୁ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ମଧ୍ୟ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛି ଯେ, କୁତବ ମିନାର ଏକ ନିର୍ଜିବ ସ୍ମାରକୀ ଯେଉଁଠାରେ କୌଣସି ପ୍ରକାରର ଧାର୍ମିକ କାର୍ୟ୍ୟକଳାପ କରିବାର କାହାର ଆଇନଗତ ଅଧିକାର ନାହିଁ। ସାକେତ କୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟରେ ଦର୍ଶାଯାଇଛି ଯେ, କୁତବ ମିନାର ଏକ ନିର୍ଜିବ ସ୍ମାରକୀ ଏବଂ କୌଣସି ଧର୍ମର ଲୋକ ଏଠାରେ ପୂଜାପାଠ ପାଇଁ ଦାବି କରିପାରିବେ ନାହିଁ। ଏଏମଏଏସଆର ଅଧିନିୟମ ୧୯୫୮ ଅନୁଯାୟୀ, କୌଣସି ନିର୍ଜିବ ସ୍ମାରକୀରେ ପୂଜା ଆରମ୍ଭ ହୋଇପାରିବ ନାହିଁ।

ଜାନୁଆରି ୨୭, ୧୯୯୯ରେ ଦିଲ୍ଲୀ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି। ଏଏସଆଇ ଅଧିକାରୀଙ୍କ ଅନୁଯାୟୀ, ସାରା ଦେଶରେ ଅସଂଖ୍ୟ ନିର୍ଜିବ ସ୍ମାରକୀ ଅଛି, ଯେଉଁଠାରେ ପୂଜା ଓ ପ୍ରାର୍ଥନାର ଅନୁମତି ନାହିଁ। ଏହା ସତ୍ତ୍ୱେ କୁତବ ମିନାର କମ୍ପ୍ଲେକ୍ସରେ ନମାଜ ପଢା ଯାଉଥିଲା। ବର୍ତ୍ତମାନ ଯେଉଁମାନେ ଏଠାରେ ନମାଜ୍ ପଢୁଥିଲେ ସେମାନଙ୍କୁ ତାହା କରିବାକୁ ବାରଣ କରାଯାଇଛି। ପାଞ୍ଚ ଦିନ ହେବ ଏଠାରେ ନମାଜ ପଢିବା ବନ୍ଦ ଅଛି। ତେବେ ଶୁଣାଣି ସମୟରେ ବିଚାରପତି କହିଥିଲେ ଯେ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଅଛି ନା ନାହିଁ ତାହା ପ୍ରସଙ୍ଗ ନୁହେଁ ଜ୍ଝ ଏଠାରେ ପ୍ରଶ୍ନ ହେଉଛି ପୂଜା କରିବାର ଅଧିକାର। ପ୍ରଶ୍ନ ହେଉଛି, କେଉଁ ଆଇନ ଏହି ଅଧିକାରକୁ ସମର୍ଥନ କରେ? ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶଷରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts