ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ

ସତ୍ୟପାଠ ବ୍ୟୁରୋ : ସମ୍ବଲପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସମ୍ବଲପୁର କତରବଗା ଥାନା ଅଂଚଳରେ ଘଟିଛି ଏହି ଘଟଣା ।

ମିଳିଥିବା ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ଶୌଚ ହେବା ପାଇଁ ନାବାଳିକା ଜଣକ ବାହାରକୁ ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଘଟଣା ଜଣାପଡିଯିବା ଭୟରେ ନାବାଳିକାର ମୁହଁକୁ ପଥରରେ ଛେଚି ମାରି ଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ସୌଭାଗ୍ୟକ୍ରମେ ନାବାଳିକାଟି ବଂଚିଯାଇଥିବା ବେଳେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତୀ କରାଯାଇଛି । ପରିବାର ପକ୍ଷରୁ ଏନେଇ କତରବଗା ଥାନାରେ ଏତଲା ଦିଆଯାଇଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

Related Posts