କଟକ ସଦର ଉରାଳି ଅଞ୍ଚଳରେ ଦୁଷ୍କର୍ମ ଘଟଣା: ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ବଡ଼ବାପାକୁ ଆଜୀବନ ସଶ୍ରମ କାରାଦଣ୍ଡ

କଟକ : ଦୁଷ୍କର୍ମକାରିଙ୍କୁ ମିଳିଲା ଦଣ୍ଡ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୁଷ୍କର୍ମକାରୀ । ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଘଟଣାରେ ମାନ୍ୟବର କୋର୍ଟ ଅଭିଯୁକ୍ତ ବଡ଼ବାପାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଷ୍କର୍ମକାରୀ ବଡ ବାପାକୁ ଦଣ୍ଡିତ କଲେ କଟକ ପୋକ୍ସୋ କୋର୍ଟ । କଟକ ସଦର ଉରାଳି ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା।

ସୂଚନାଯୋଗ୍ୟ ଯେ, ୨୦୨୦ମସିହା ନଭେମ୍ବର ୧୬ ତାରିଖରେ କଟକ ସଦର ଉରାଳି ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଘଟଣା । ଦୁଇ ନାବାଳିକା ଭଉଣୀଙ୍କୁ ବଡ଼ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗାଧୋଇବାକୁ ଡାକି ନେଇ ଦୁଇ ନାବାଳିକା ଝିଆରୀଙ୍କ ସହ ଦୁଷ୍କର୍ମ କରିଥିଲା ବଡ଼ବାପା । ୧୭ ଜଣ ସାକ୍ଷୀ ଓ ୧୫ଟି ତଥ୍ୟ ପ୍ରମାଣ ଆଧାରରେ ଦଣ୍ଡ ବିଧାନ କରିଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଦୁଇ ନାବାଳିକା ଭଉଣୀଙ୍କୁ ୩ ଲକ୍ଷ ଲେଖାଏଁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ହୋଇଛି ।ଅଭିଯୁକ୍ତ ବଡବାପା ହରିଶ୍ଚନ୍ଦ୍ର ବାରିକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୋକ୍ସୋ କୋର୍ଟ । ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

Related Posts