ହୀରାକୁଦ ଡ୍ୟାମରେ ଏମ୍‌ସିଏଲ୍‌ କର୍ମଚାରୀ ନିଖୋଜ ଥିବା ଘଟଣା; ମିଳିଲା ୨ କର୍ମଚାରୀଙ୍କ ମୃତ ଦେହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ହୀରାକୁଦ ଡ୍ୟାମରେ ଗତକାଲି ଠାରୁ ନିଖୋଜ ହୋଇଯାଇଥିବା ୨ଜଣ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ମିଳିବା ପରେ ସେମାନଙ୍କ ପରିବାରରରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ଗତକାଲି ହୀରାକୁଦ ଡ୍ୟାମର ଝାଙ୍କରାଣୀ ମନ୍ଦିର ନିକଟରେ ଏମ୍‌ସିଏଲ୍‌ର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ଓ ଏକ୍ସାଭେସନ ମ୍ୟାନେଜର ଅଭିଷେକ କୁମାର ଓ ଏମ୍‌ସିଏଲ୍‌ର କର୍ମଚାରୀ ଭିନେଶ ରାୟ ଭୋଜି କରୁଥିଲେ। ଭୋଜି କରି ଖାଇ ସାରିବା ପରେ ସମସ୍ତେ ପାଣିକୁ ଗାଧୋଇବାକୁ ଯାଇଥିଲେ। ଏହାପରେ ବଢ଼ି ପାଣିରେ ସମସ୍ତେ ଭାସିଯାଇଥିଲେ। ୩ଜଣ ପାଣିରେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକ ଏକ ଡଙ୍ଗା ଦ୍ୱାରା ଭିନେଶ ରାୟଙ୍କୁ ଉଦ୍ଧାର କରିଥିଲେ। ହେଲେ ମହେଶ ଛିଟୁରୀ ଓ ଅଭିଷେକ କୁମାର ଗଭୀର ପାଣି ଭିତରେ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିଷେକ ଓ ମହେଶଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Related Posts