ସରକାରଙ୍କ ଆଳୁ ମିଶନ୍ ଫେଲ ; ଅପାରଗତା ପାଇଁ ବନ୍ଦ ହେବ ୪୧ଟି ଶୀତଳ ଭଣ୍ଡାର

ସରକାରଙ୍କ ଅପାରଗତା ତଥା ପରିଚାଳନା ତୃଟି ପାଇଁ ଆଜି ଠାରୁ ବନ୍ଦ ହେବ ସମସ୍ତ ଶୀତଳ ଭଣ୍ଡାର । ନବୀନ ସରକାରଙ୍କ ଆଳୁ ମିସନ ଫେଲ । ଏହି ଘଟଣାକୁ ନେଇ ଓଡିଶା ଶୀତଳ ଭଣ୍ଡାର ସଂଘର ସଂପାଦକ ଜନାର୍ଦ୍ଦନ ସାହୁ କହିଛନ୍ତି ଯେ ଶୀତଳଭଣ୍ଡାର ଗୁଡିକ ବର୍ଷକୁ ପାଖାପାଖି ୧କୋଟି ଟଙ୍କାର କ୍ଷତି ସହୁଥିବାରୁ ଆଜିଠାରୁ ସମସ୍ତ ୪୧ଟି ଶୀତଳ ଭଣ୍ଡାରକୁ ବନ୍ଦ କରିଦିଆଯିବ । ସରକାର ଆଳୁ ମିଶନରେ ସେମାନଙ୍କୁ ୭ କୋଟି ଟଙ୍କାର ଶୀତଳ ଭଣ୍ଡାର ପାଇଁ ୨ କୋଟି ଟଙ୍କାର ସବସିଡି ଦେଉଛନ୍ତି । ମାତ୍ର ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ୁନଥିବାରୁ ଶୀତଳ ଭଣ୍ଡାରମାଲିକମାନେ ପଶ୍ଚିମବଙ୍ଗରୁ ବଳକା ଆଳୁ ଆଣୁଛନ୍ତି ଓ କ୍ଷତି ସହୁଛନ୍ତି । ସର୍ତ ଅନୁସାରେ ଶୀତଳ ଭଣ୍ଡାରରେ ରଖିବା ପାଇଁ ରାଜ୍ୟରୁ ଅଧା ଆଳୁ ମିଳୁନଥିବାରୁ ୬ ବର୍ଷ ପାଇଁ ଥିବା ବିଜୁଳି ରିହାତି ବି ମିଳୁନି । ପଶ୍ଚିମବଙ୍ଗରେ ଆଳୁ ଚାଷୀ ଓ ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ଯେଉଁଭଳି ଭାବରେ ପଦକ୍ଷେପ ନିଆଯାଇଛି ଯାହା କୃଷକ ତଥା ବ୍ୟବସାୟୀଙ୍କ ସ୍ୱାର୍ଥ ସଙ୍ଗେସଙ୍ଗେ ସାଧାରଣ ଲୋକ ସଠିକ ଦରରେ ଆଳୁକିଣିବାକୁ ସକ୍ଷମ ହେଉଛନ୍ତି । ରାଜ୍ୟ ସରକାର ସେଭଳି ଭାବରେ କୈାଣସି ପଦକ୍ଷେପ ନେବାରେ ଏ ସରକାର ବିଫଳ ବୋଲି ସଂଘ ଅଭିଯୋଗ କରିଛି । ନବୀନ ସରକାର କେବଳ ଭାଷଣବାଜିରେ ନିଜର ରାଜନୀତି ନକରି କୃଷକ ତଥା ଜନସାଧାରଣ ସ୍ୱାର୍ଥ ଦିଗରେ କାମ କରୁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

Related Posts