ଫ୍ରାନ୍ସ, ରୁଷ ଓ ଇସରାଏଲ ବଢାଇଲା ସହାୟତାର ହାତ ; ପାକିସ୍ଥାନକୁ ଜବାବ ଦେବା ପାଇଁ ଭାରତର ସଜବାଜ

ଜମ୍ମୁ-କାଶ୍ମୀରର ପୁଲୱାମାରେ ଫେବୃୟାରୀ ୧୪ ତାରିଖରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଯବାବ୍ ଦେବା ପାଇଁ ଭାରତ ସଜବାଜ ହୋଇସାରିଲାଣି । ଖାଦ୍ୟପଦାର୍ଥ ରପ୍ତାନୀରେ ରୋକ ଲଗାଇବା ପରେ ଏବେ ପାକିସ୍ତାନକୁ ସିନ୍ଧୁନଦୀର ଜଳ ବନ୍ଦ କରିବାରେ ଭାରତ ଆପ୍ରାଣ ଉଦ୍ୟମ ଜାରି ରଖିଛି । ୧୪ ଆତ୍କମଣରେ ସହିଦଙ୍କ ପାଇଁ ଆଜି ସାରା ଭାରତବର୍ଷ କାନ୍ଦୁଥିବା ବେଳେ ବିଶ୍ୱର ୩ଟି ବୃହତ ଦେଶ ସହାୟତାର ହାତ ବଢାଇଛନ୍ତି । ଏହି ୩ଟି ଦେଶ ହେଲେ ଫ୍ରାନ୍ସ, ରୁଷ ଓ ଇସରାଏଲ । ଏହି ୩ଟି ଦେଶ ଭାରତ ସପକ୍ଷରେ ଠିଆ ହୋଇ ପାକିସ୍ତାନକୁ ଜବାବ ଦେବେ ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରମୁଖ ମସୁଦ୍ ଅଜହରକୁ ସଂଯୁକ୍ତ ରାଷ୍ଟ୍ରରେ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷଣା କରିବାର ପ୍ରୟାସରେ ଲାଗି ପଡିଛନ୍ତି ।

Related Posts