
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମସଜିଦରେ ଲାଉଡସ୍ପିକରକୁ ବନ୍ଦ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା ଏମଏନଏସ । ଏହି ଘଟଣାରେ ସୁପ୍ରିମକୋର୍ଟରେ ହସ୍ତଗତ କରନ୍ତୁ ବୋଲି ଦଳ ଚିଠିରେ ଉଲ୍ଲେଖ କରିଛି। ଏହାପୂର୍ବରୁ ମସ୍ଜିଦ୍ରେ ଲାଉଡ୍ସ୍ପିକର ବନ୍ଦ କରିବା ନେଇ ମହାରାଷ୍ଟ୍ର ସରକାରଙ୍କୁ ଅଲ୍ଟିମେଟମ୍ ଦେଇଥିଲେ ଏମଏନଏସ ମୁଖ୍ୟ ରାଜ୍ ଠାକରେ। ସେପଟେ ମେ ୩ ତାରିଖ ସୁଧା ଯଦି ମସ୍ଜିଦ୍ରେ ଲାଉଡ୍ସ୍ପିକର ବନ୍ଦ କରା ନଯାଏ ତେବେ ଦଳର କର୍ମୀମାନେ ମସ୍ଜିଦ୍ ସାମ୍ନାରେ ଲାଉଡ୍ସ୍ପିକର ବଜାଇ ହନୁମାନ ଚାଳିଶା ପଢ଼ିବେ ବୋଲି ରାଜ ଠାକ୍ରେ କହିଛନ୍ତି।
ନିକଟରେ ଥାନେ ଠାରେ ଏକ ପବ୍ଲିକ ରାଲିକୁ ସମ୍ବୋଧନ କରି ରାଜ ଠାକ୍ରେ ମହାରାଷ୍ଟ୍ର ସରକାରଙ୍କୁ ଏଭଳି ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ସେ ପ୍ରାର୍ଥନାର ବିରୋଧୀ ନୁହଁନ୍ତି। ହେଲେ ଲାଉଡ୍ସ୍ପିକର ବାଜିବା ଦ୍ୱାରା ଅନ୍ୟମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନେ ନିଜ ନିଜ ଘରେ ପ୍ରାର୍ଥନା କରନ୍ତୁ। ଅନ୍ୟ କାହାକୁ କ୍ଷତି ନ ପହଞ୍ଚାଇ ନିଜ ନିଜ ଘରେ ଉପାସନା କରନ୍ତୁ ବୋଲି ରାଜ ଠାକ୍ରେ କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।