“ମୋଦି ଜି, ଲୋକଙ୍କ ହିତ ପାଇଁ ମୁଁ ଆପଣଙ୍କ ଗୋଡ଼ ଧରିବାକୁ ପ୍ରସ୍ତୁତ, ଏ ପ୍ରତିହିଂସା ରାଜନୀତି ବନ୍ଦ କରନ୍ତୁ” – ମମତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡୁଛନ୍ତି ସାଧାରଣ ଜନତା ଓ ପ୍ରଶାସନିକ ଅଧିକାରୀ। ଶୁକ୍ରବାର ଦିନ ମୋଦୀଙ୍କ ବାତ୍ୟା ସମୀକ୍ଷା ବୈଠକ ରୁ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏ ବିବାଦ ଏବେ ଜାତୀୟ ବିତର୍କ ର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହି ସମୟରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି। ମମତା ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୟାନ ଦେଇ ତାଙ୍କୁ ଅନୁରୋଧ କରିଛନ୍ତି ଯେ ” ରାଜ୍ୟର ସାଧାରଣ ଜନତା ଙ୍କ ହିତକୁ ନଜର ରେ ରଖି ମୁଁ ଆପଣଙ୍କ ଗୋଡ଼ ଧରିବାକୁ ପ୍ରସ୍ତୁତ ଅଛି। ଦୟାକରି ଆପଣ ଏ ପ୍ରତିଶୋଧ ମୁଳକ ରାଜନୀତି ବନ୍ଦ କରନ୍ତୁ। ଖାଲି ସାଧାରଣ ଜନତା ନୁହନ୍ତି, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହି କଳିରେ ବଳି ପଡ଼ୁଛନ୍ତି ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାର ଦିଲ୍ଲୀ ବଦଳି କରିଛନ୍ତି। ଏହି ନୂତନ ବିବାଦ ଟି ଆରମ୍ଭ ହୋଇଛି ବାତ୍ୟା ସମୀକ୍ଷା ବୈଠକରୁ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମମତା ବାନାର୍ଜୀ ପ୍ରାୟ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । କେନ୍ଦ୍ର ସରକାର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ମେ ୩୧ ଦିନ ୧୦ଟା ସୁଦ୍ଧା ନୂଆଦିଲ୍ଲୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ଦେଇଥିବା ଚିଠି ପ୍ରତ୍ୟାହାର କରିବା ପାଇଁ। ରାଜନୈୟିତିକ ପ୍ରତିଶୋଧ ପାଇଁ ଦୟାକରି ଏପରି ଖରାପ କୌଶଳରେ ଲିପ୍ତ ହୁଅନ୍ତୁ ନାହିଁ। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବାନାର୍ଜୀ ଏହା କହିଛନ୍ତି। ଏବଂ ବଙ୍ଗଳା କୋଭିଡ ମୁକାଵାଲା ସହ ବାତ୍ୟା ୟାସ ରେ ପ୍ରଭାବିତ ଲୋକଙ୍କ ପାଇଁ କାମ କରିବାକୁ ଦିଅନ୍ତୁ ଵୋଲି କହିଛନ୍ତି । ସେ ମଧ୍ୟ କହିଛନ୍ତି, “ଆଇଏଏସ୍ [ଭାରତୀୟ ପ୍ରଶାସନିକ ସେବା] ଏବଂ ଆଇପିଏସ୍ [ଭାରତୀୟ ପୋଲିସ୍ ସେବା] ଅଧିକାରୀଙ୍କ ମଧ୍ୟ ଏକ ଲବି ଅଛି। ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ ବେଆଇନ୍।” ସେ ପୁଣି ମଧ୍ୟ କହିଛନ୍ତି, ବହୁତ ରାଜ୍ୟ ଅଛି।ଆପଣ ଭାବୁନାହାଁନ୍ତି କି ମୋର ମୁଖ୍ୟ ସଚିବଙ୍କୁ ଅପମାନିତ କରିଛ, ଆପଣ ସମସ୍ତଙ୍କୁ ଅପମାନିତ କରୁଛନ୍ତି? ଆପଣ କାହିଁକି ଏପରି ବ୍ୟବହାର କରୁଛନ୍ତି? କେବଳ ଆମେ ନିର୍ବାଚନରେ ​​ ଜିତିଲୁ ଵୋଲି।ବଙ୍ଗଳାର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି ଏବଂ ସେମାନେ ଆପଣଙ୍କୁ ବହିଷ୍କାର କରିଥିଲେ। ଦୟାକରି ଏହି ଆଦେଶ ଗ୍ରହଣ କରନ୍ତୁ ବୋଲି କହିଛନ୍ତି।ଶୁକ୍ରବାର ଦିନ “ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇଥିବା ମିଥ୍ୟା ଖବର” ବ୍ୟବହାର କରି ତାଙ୍କୁ ଅପମାନିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ବୈଠକ ଡକାଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ତାଙ୍କ ସହ ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ଥିଲେ। ସେପଟେ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ଅଧ ଘଣ୍ଟା ବିଳମ୍ବରେ ବୈଠକରେ ଯୋଗ ଦେଇଥିଲେ।

Related Posts