ମୋଦୀ ସରକାର ଖୁବ ଶୀଘ୍ର ଆଣିବେ ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ: ପ୍ରହଲ୍ଲାଦ ସିଂହ ପଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଙ୍ଗଳବାର କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଯେତେବେଳେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ବିଷୟରେ ପଚରାଯିବାରୁ ପଟେଲ କହିଛନ୍ତି, “ଏହା ଶୀଘ୍ର ଅଣାଯିବ, ବ୍ୟସ୍ତ ହୁଅନ୍ତୁ ନାହିଁ। ଯେତେବେଳେ ଏପରି ଦୃଢ଼ ଏବଂ ବଡ ନିଷ୍ପତ୍ତି ନିଆଯାଇଛି ତାହେଲେ ବାକି ନିଷ୍ପତ୍ତି ମଧ୍ୟ ନିଆଯିବ’’। ସୂଚନାଥାଉକି, ସେ ବଡ଼ୌଦାରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେବା ପାଇଁ ରାୟପୁରରେ ପହଞ୍ଚିଥିଲେ। ପଟେଲଙ୍କର ଏପରି ଦାବୀ ଆଗ୍ରହପୂର୍ଣ୍ଣ ରହିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନିକଟ ଅତୀତରେ ସଂସଦରେ କହିଥିଲେ ସରକାର ଜନ ସଂଖ୍ୟା ନିୟନ୍ତ୍ରଣ କରିବାପାଇଁ ସଚେତନତା ମୂଳକ କାର୍ୟ୍ୟକ୍ରମ ଓ ସ୍ୱାସ୍ଥ୍ୟ ଅଭିଯାନ ସଫଳ ଭାବେ ସମାପ୍ତ କରିଛନ୍ତି। ଆଇନର କିଛି ଆବଶ୍ୟକତା ନାହିଁ।

ମାଣ୍ଡବ୍ୟ ପରିସଂଖ୍ୟାନ ଆଧାରରେ କହିଛନ୍ତି ଏହା ଦର୍ଶାଉଛିଯେ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ନୀତିଗୁଡ଼ିକ ବିନା କୌଣସି ଚାପରେ କରାଯାଇଛି। ଏହାକୁ ବାଧ୍ୟତାମୂଳକ କରି ସଚେତନତା ମାଧ୍ୟମରେ କରାଯାଉଛି। ବିରୋଧି ଦଳର ଅନେକ ସାଂସଦମାନେ ଏହି ବିଧେୟକକୁ ବିରୋଧ କରିଥିଲେ। କିନ୍ତୁ ବିଭିନ୍ନ ସମୟରେ ସାଂସଦମାନଙ୍କ ସହିତ ବିଜେପି ନେତାମାନେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବା ପାଇଁ ଜୋର ଦେଉଥିଲେ। ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉପରେ ସଂସଦରେ ବହୁତ ତର୍କ ମଧ୍ୟ ହୋଇଥିଲା।

Related Posts