ବଢ଼ିଲା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଢ଼ିଲା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ମୁମ୍ବାଇ ପୋଲିସ ସଲମାନ୍ ଖାନ୍ ଙ୍କ ସୁରକ୍ଷା ବ୍ୟବସ୍ଥା କୁ ବଢାଇ ଦେଇଛନ୍ତି। ମୂସେୱାଲା ହତ୍ୟା ମାମଲାର ମୁଖ୍ୟ ସନ୍ଦିଗ୍ଧ ଲରେନ୍ସ ବିଷ୍ଣୋଇ ଆଜି କିଛି ବର୍ଷ ପୂର୍ବେ ସଲମାନଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଏବେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ ତିହାର ଜେଲରେ ରଖାଯାଇଛି। ଏଣିକି ସଲମାନ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ସହିତ ଅଧା ଡଜନ ମୁମ୍ବାଇ ପୋଲିସ କନଷ୍ଟେବଳଙ୍କ ସହ ଆସିବେ।

ସୂଚନାଯୋଗ୍ୟ, ମୂସେୱାଲା ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ଗୋଲ୍ଡି ବ୍ରାର ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛି। ଉକ୍ତ ଗ୍ୟାଙ୍ଗ ପ୍ରାୟ ଚାରି ବର୍ଷ ପୂର୍ବେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଲରେନ୍ସ କଳା ହରିଣକୁ ପବିତ୍ର ବୋଲି ବିବେଚନା କରନ୍ତି। କଳା ହରିଣ ହତ୍ୟା ମାମଲାରେ ସଲମାନଙ୍କ ନାମ ଆସିବା ପରେ, ଲରେନ୍ସ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।

ଅବଶ୍ୟ, କିଛି କାରଣ ହେତୁ ଲରେନ୍ସଙ୍କ ଏହି ଯୋଜନା ସଫଳ ହୋଇପାରିଲା ନାହିଁ ।

କିନ୍ତୁ ଏବେ ପଞ୍ଜାବୀ ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ଏହି ଷଡ଼ଯନ୍ତ୍ର ଘଟଣା ସାମ୍ନାକୁ ଆସିଥିଲା ।

Related Posts