ଅଜି କେନ୍ଦ୍ର ବଜେଟ: ଟିକସ ବ୍ୟବସ୍ଥାରେ ଆସିପାରେ ସଂସ୍କାର

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ସଦ୍ୟତମ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ପରିକଳ୍ପନା କରୁଥିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ବଢ଼େଇବା । ଏହି ଲକ୍ଷ୍ୟ ହାସଲ ପାଇଁ ଆଜିର ବଜେଟରେ ମୁଦ୍ରାସ୍ଫୀତି ହ୍ରାସ କରିବା ଓ ଖାଉଟିଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇପାରନ୍ତି ସରକାର

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଆସୁଥିବା କେନ୍ଦ୍ର ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୁଖ୍ୟତଃ କେଉଁ କେଉଁ କ୍ଷେତ୍ର ଉପରେ ଫୋକସ କରିବେ ତାହା ଉପରେ ସମସ୍ତଙ୍କ ନଜର ।  ତେବେ ଅର୍ଥନୀତିଜ୍ଞଙ୍କ ମତରେ ଏଥରର କେନ୍ଦ୍ର ବଜେଟରେ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ରଖିପାରନ୍ତି ସରକାର ।
ସରକାରଙ୍କ ଧ୍ୟାନର ଏକ ବଡ଼ ଅଂଶ ଅଧିକ ସମ୍ବଳ ସଂଗ୍ରହ ଉପରେ ଥିବାରୁ ଗତ ୫୯ ବର୍ଷ ଧରି ଦେଶରେ ପ୍ରଚଳିତ ଥିବା ପୁରୁଣା ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିପାରନ୍ତି ସରକାର।
ସଂସଦରେ ଉପସ୍ଥାପିତ ହୋଇଥିବା ସଦ୍ୟତମ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୫ ଟ୍ରିଲିୟନ୍‌ ଅର୍ଥନୀତିର ପରିକଳ୍ପନା କରୁଥିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ବୃଦ୍ଧି କରିବା । ହୁଏତ ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟ୍‌ରେ ଏକାଧିକ କ୍ଷେତ୍ର ଉପରେ ଗୁରୁତ୍ବ ରଖିପାରନ୍ତି ସରକାର।

ଏଥର ବଜେଟରେ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇପାରେ। ମୁଦ୍ରାସ୍ଫୀତି ହ୍ରାସ କରିବା ଓ ଖାଉଟିଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ଉପରେ ରହିପାରେ ପ୍ରାଥମିକତା । ଏହା ଦ୍ବାରା ବଜାର ସ୍ବଚ୍ଛଳ ହେବା ସହିତ ଦେଶର ଅର୍ଥନୈତିକ ବିକାଶ ସମ୍ଭବ ହେବ।

କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କର ଦ୍ବିତୀୟ ପାଳିର ଏହା ହେଉଛି ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌ ।  ତେଣୁ ଏଥର ବଜେଟରେ ସମ୍ବଳ ସଂଗ୍ରହ ଉପରେ ଅଧିକ ଗୁରୁତ୍ବ ଦେଇ ପାରନ୍ତି ମୋଦି ସରକାର । ଏଥି ପାଇଁ ଟିକସ ସଂସ୍କାର ଉପରେ ରହିପାରେ ସରକାରଙ୍କ ପ୍ରାଥମିକତା, ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ଟିକସ ପରିସରଭୁକ୍ତ ହେବେ ।
ଏଥର ବଜେଟ୍‌ରେ ଅଧିକରୁ ଅଧିକ ସମ୍ବଳ ସଂଗ୍ରହ ଉପରେ ରହିପାରେ କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ହୁଏତ ୫୯ ବର୍ଷ ଧରି ପ୍ରଚଳିତ ଥିବା ଦେଶର ଟିକସ ଆଇନରେ ସଂସ୍କାର ପାଇଁ ଉଦ୍ୟମ ହୋଇପାରେ ଏହି ବଜେଟରେ।
ଏଥରର ବଜେଟରେ ବିଭିନ୍ନ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଉପରେ ସରକାର ନଜର ରଖିବେ ବୋଲି ଆଶା ରହିଛି।
ଏଥର ବଜେଟରେ ଚାଷ ଓ ଚ଼ାଷୀଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସରକାର ବ୍ୟବସ୍ଥା କରିପାରନ୍ତି । ସେହିଭଳି ଶିକ୍ଷାର ବିକାଶ ପାଇଁ ସରକାର ବଜେଟରେ ବିଶେଷ କିଛି ମଜବୁତ ବ୍ୟବସ୍ଥା କରିବା ଆଶା କରାଯାଉଛି।

Related Posts