ନିର୍ଭୟାକୁ ଧୋକା ! ଆଶା ଧୁଳିସାତ ତଥାପି ସଂଗ୍ରାମ ଜାରୀରହିବ: ଆଶାଦେବୀ

(ସତ୍ୟପାଠ ବ୍ୟୁରୋ ) ନୂଆଦିଲ୍ଲୀ: ଘୁଂଚିଲା ଫାଶୀ ତାରିଖ।  ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଅଭିଯୁକ୍ତଙ୍କ ଆସନ୍ତାକାଲି ଥିବା ଫାଶୀ ଦିନକୁ ଘୁଞ୍ଚିବାକୁ ନେଇ ନିର୍ଭୟାର ମା’ ଆଶା ଦେବୀ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଇନରେ ଥିବା ଗଳାବାଟର ସୁବିଧା ନେବାକୁ ଯାଇ ବାରମ୍ବାର ଫାଶୀ ଦିନକୁ ଅଭିଯୁକ୍ତମାନେ ଗଡେଇ ଚାଲିଛନ୍ତି । ତଥାପି ଯେ ପର୍ଯ୍ୟନ୍ତ ଫାଶୀ ନହୋଇଛି ସେ ନିରବରେ ବସି ରହିବେ ନାହିଁ ବରଂ ସଂଗ୍ରାମ ଜାରୀ ରହିବ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି

ଗୋଟିଏ ପରେ ଗୋଟିଏ ଫନ୍ଦି ଫିକର କରି ନ୍ୟାୟିକ ବ୍ୟବସ୍ଥାକୁ ଭୁଆଁ ବୁଲାଇବାକୁ ଚେଷ୍ଠା କରୁଥିବା ଚାରି ଅଭିଯୁକ୍ତଙ୍କ ବଞ୍ଚିବାର କୌଣସି ଅଧିକାର ନାହିଁ ବୋଲି ଆଶା ଦେବୀ କୋହଭରା କଣ୍ଠରେ କହିଛନ୍ତି । ଦିଲ୍ଲୀର ଏକ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି, ତଥାପି ସେ ତାଙ୍କର ସଂଗ୍ରାମ ଜାରି ରଖିବେ ଯେ ପର୍ଯ୍ୟନ୍ତ ସେମାନେ ଫାଶୀ ଖୁଣ୍ଟରେ ନଚଢିଛନ୍ତି । ସୂଚନାଯୋଗ୍ୟ ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରା-ମେଡିକାଲ୍ ଛାତ୍ରୀ ନିର୍ଭୟା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଚଳଚିତ୍ର ଦେଖି ଫେରୁଥିବା ବେଳେ ଚଳନ୍ତା ବସରେ ଗଣ ବଳାତ୍କାରର ଶିକାର ହୋଇଥିଲେ ।

Related Posts