ପ୍ରେମ ଯେବେ ଉଛୁଳେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରେମ ଯେତେବେଳେ ଉଛୁଳେ ସେତେବେଳେ ସଂଗରୋଧ ଚୁଲିକି ଯାଏ। ପ୍ରେମର ଭାଗମାପ ଅଧିକ ହେଲା ବୋଲି କିଭଳି ଜାଣିବେ ? ଏହାର ପ୍ରଥମ ଲକ୍ଷଣ ହେଲା କି ଦୁଇଜଣ ସଂଗରୋଧ କଟକଣାକୁ ଭୁଲିଯିବେ। ତାଙ୍କୁ ଯେତେ ଆକଟ କଲେ ମଧ୍ୟ ସେ ଲୁଚିଛପି ହେଉ କିମ୍ବା ସର୍ବସାଧାରଣରେ ହେଉ ସେମାନେ ଭେଟିବେ। ଏହିଭଳି ଉଛୁଳା ପ୍ରେମର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଆଉ ଏହି ଦୁଇଜଣ ସାଧାରଣ ଲୋକ ନୁହନ୍ତି। ଜଣେ ପ୍ରଧାନମନ୍ତ୍ରୀ ଆଉ ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଜଣେ ହାତ ଯୋଡ଼ି ଭାରତୀୟ ପରମ୍ପରାକୁ ନିଜ ନାଁ ରେ କରି ନିଜର ମାର୍କେଟିଂ କଲେ। ପ୍ରଚାର ଏଭଳି କରାଗଲା ଯେ ମୋଦି ଦୁନିଆକୁ ହାତ ଯୋଡ଼ିବା ଶିଖାଇଲେ।ଅନ୍ୟପଟେ ଆଉ ଜଣେ ମାନ୍ୟବର ଲୋକଙ୍କୁ ହାତ ଧୁଆ ଶିଖାଇଲେ।

ଭୁବନେଶ୍ୱର ବିମାନବନ୍ଦରରେ ମୋଦି-ନବୀନଙ୍କ ହ୍ୟାଣ୍ଡସେକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ବି ହେଉଛି। ଉଭୟ ନେତା ଲୋକଙ୍କୁ କି ସନ୍ଦେଶ ଦେଇକି ଗଲେ ବୋଲି ପ୍ରଶ୍ନ ଚର୍ଚ୍ଚା ଚାଲିଛି। ଜେବେଠାରୁ କୋରୋନା ହେଲାଣି ସେବେଠାରୁ ମୋଦି ଏପର୍ଯ୍ୟନ୍ତ କୋୖଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେବେ ହ୍ୟାଣ୍ଡସେକ କରିନାହାନ୍ତି। ତେଣୁ ନବୀନଙ୍କ ସହ ହାତମିଳାକୁ ନେଇ ଉଠିଛି ପ୍ରଶ୍ନ।

୧-ଲୋକଙ୍କୁ ଆଇନ କାନୁନ ବତାଉଥିବା ନେତା ତାକୁ ଭୁଲିଲେ କାହିଁକି ?
୨-WHOର ଯେଉଁ ଗାଇଡଲାଇନ କଥା ଲୋକଙ୍କୁ କହୁଥିଲେ ତାକୁ ମଣିଲେନି କାହିଁକି ?
୩-ନା ନେତାଙ୍କ ପାଇଁ WHOର ଭିନ୍ନ ଗାଇଡ଼ ଲାଇନ ରହିଛି ?
୪-ଏମାନଙ୍କ ମଧ୍ୟରେ ଏଭଳି କି ସମ୍ପର୍କ ଅଛି ଯାହା ପାଇଁ ସବୁ ନିୟମ ଭୁଲିଗଲେ ?
୫-ମୋଦି-ନବୀନଙ୍କ ଏଭଳି ହାତ ମିଳା ଲୋକଙ୍କ ଉପରେ କି ପ୍ରଭାବ ପକାଇବ ?
୬-ମୋଦି-ନବୀନଙ୍କ ଏଭଳି ହ୍ୟାଣ୍ଡସେକକୁ ଦେଖି ଲୋକେ କଣ ଆଉ ସାମାଜିକ ଦୂରତା ନିୟମ ମାନିବେ ?
୭-ଯଦି ଲୋକ ନିୟମ ନ ମାନିବେ ତେବେ ଯେଉଁ ଭୟାନକ ସ୍ଥିତି ହେବ ସେଥିପାଇଁ କିଏ ଦାୟୀ ହେବ ?
୮-ହାତ ମିଳାଇବା ପଛର କାରଣ କଣ ସୌଜନ୍ୟତା ନା ଆଉ କିଛି ?

କୋରୋନା ପାଇଁ ପ୍ରତ୍ୟେକ ଦିନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସମିଟ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି।  ଓଡ଼ିଶାରେ ରାଜ୍ୟ ସରକାରଙ୍କ ଉଧାରୀ ପ୍ରବକ୍ତା ବଗଚୀ ମହୋଦୟ ୨ ମାସରୁ ଅଧିକ ସମୟ ହେବ ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀଙ୍କ ନାଁ କୁ ନେଇ ସବୁବେଳେ କହୁଛନ୍ତି ଯେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ସଂଗରୋଧ କରନ୍ତୁ, ଘରେ ରୁହନ୍ତ ଏବଂ ସୁରକ୍ଷିତ ରୁହନ୍ତୁ। ଗୋଟେ ପଟେ ବଗଚୀ ଲୋକଙ୍କୁ କହୁଛନ୍ତି ଛଅ ତରକାରୀ ଓ ନଅ ତୁଣ ଖାଅନି। ବଜାରକୁ ଗଲେ ବାଇଗଣ ବାଛନି କି ଆମ୍ବକୁ ଛୁଅନି। କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡସେକ କରୁଛନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏବେ କଥା ଉଠୁଛି ଉଭୟ ମୋଦି ଆଉ ନବୀନ ହାତ ମିଳାଇବା ପଛର କାରଣ କେବଳ ରାଜନୈତିକ ସୌଜନ୍ୟତା ନା ଆଉ କିଛି ? ଅନେକଙ୍କର ଯୁକ୍ତି ହେଲା ସୌଜନ୍ୟତା ଆଳରେ ସବୁ ଗାଇଡ଼ଲାଇଙ୍କୁ ଯେଭଳି ଭାବେ ଏମାନେ ନଜର ଅନ୍ଦାଜ କଲେ  ତାହା BJP-BJDର ଉଛୁଳା ପ୍ରେମ ସମ୍ପର୍କ। ତେଣୁ ସେ ଯେକୌଣସି ସମ୍ପର୍କ ହେଉନା କାହିଁକି  ଯେତେବେଳେ ତାହା ଅଧିକ ଉଛୁଳେ ସେତେବେଳେ ସବୁ ନିୟମ କାନୁନ ଭୁଲି ଏଭଳି କାର୍ଯ୍ୟ କରାଯାଏ। ମୋଦି ଏବଂ ନବୀନ ସମସ୍ତଙ୍କୁ ଦେଖାଇବାକୁ ଚାହିଁଲେ ଯେ ଆମେ ସାଥି ହୋଇ ଅଛୁ। କିଛି ଦିନ ଆଗରୁ ଅମିତ ଶାହ ନବୀନଙ୍କ ଘରେ ଖାଇକି ଯାଇଥିଲେ। ଆଉ ଏବେ ମୋଦି ଆସି ନବୀନଙ୍କ ହାତକୁ ଧରିପକାଇଲେ। ଯେଉଁଥିପାଇଁ ଏତେ ନାଟ ତାକୁ ଇଏ ମାରା କଲେ।

ଲାକଡାଉନ ପାଇଁ କୋଟି କୋଟି ଲୋକ ହଇରାଣ ହେଲେ। ସାରା ଦେଶର ଲୋକେ ଏମାନଙ୍କ କଥା ମାନି ଘରେ ବନ୍ଦୀ ହୋଇ ରହିଲେ। ଯିଏ ଯେଉଁଠି ଥିଲା ସେଠି ରହିଲା, ପରିବାର ଅଲଗା ହୋଇଗଲା। ଏପରିକି ବାପା ମଲେ ବି ପୁଅ ତାଙ୍କର ଶେଷ ଦର୍ଶନ କରିପାରିଲା ନାହିଁ। ଅନ୍ତେଷ୍ଟି କ୍ରିୟାକୁ ମଧ୍ୟ ପୁଅ ଆସିପାରିଲା ନାହିଁ। ଗରିବ ଲୋକ ଭୋକ ଉପାସରେ ଶହ ଶହ କିଲୋମିଟର ବାଟ ଚାଲିଲେ। ଚାଲୁ ଚାଲୁ ରାସ୍ତାରେ ବି ଜୀବନ ହାରିଲେ। କିନ୍ତୁ ଇଏ ଦୁଇ ମାନ୍ୟବର ନିଜର ଅବୈଧ ସମ୍ପର୍କ ପାଇଁ ସବୁ ଭୁଲି ହାତମିଳାଇ ଛିନଛତର କରିଦେଲେ।

ଯେତେବେଳେ WHO କହିଲା ଯେ କେହି କାହା ସହ ହାତ ମିଳାଇ ପାରିବେ ନାହିଁ ସେତେବେଳେ ମୋଦି ଏବଂ ତାଙ୍କ ଭକ୍ତଗଣ ପ୍ରଚାରରେ ଲାଗିପଡିଲେ ଯେ ହାତମିଳା ନୁହେଁ ହାତଯୋଡ଼ା ସବୁଠୁ ଭଲ। ସେଥିପାଇଁ ମୋଦି ସବୁବେଳେ ହାତଯୋଡନ୍ତି ବୋଲି କହିଲେ। ହାତଯୋଡ଼ାକୁ ମୋଦି ଏବଂ ଭାରତୀୟ ସଂସ୍କୃତିର ଏକ ବ୍ରାଣ୍ଡ ବୋଲି କହି ପ୍ରଚାର କରାଗଲା। ବିଦେଶରେ ବି ସମସ୍ତେ ହାତଯୋଡିବା ଶିଖିଲେ। ଏପରିକି ବହୁ ଦେଶର ରାଷ୍ଟ୍ରମୁଖ୍ୟମନେ ମଧ୍ୟ ଏହାକୁ ୧୦୦% ଗ୍ରହଣ କଲେ ଏବଂ କାମରେ ଲଗାଇଲେ। ହେଲେ ଶେଷରେ ପ୍ରେମ ଏଭଳି ଉଛୁଳିଲା ଯେ ମୋଦି ସବୁ ଭୁଲିଗଲେ। ଠିକ ସେହିଭଳି ରାଜ୍ୟରେ ଲୋକଙ୍କୁ ହାତ ଧୁଆ ଶିଖାଉଥିବା ହତଧୁଆଳି ଏହି ସମ୍ପର୍କ ପାଇଁ ମଧ୍ୟ ମୋଦିଙ୍କ ହାତ ଧରିପକାଇଲେ।
ଅନେକ ଲୋକ ଯୁକ୍ତି କରିପାରନ୍ତି ଯେ ସେମାନେ ହେଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ସେମାନେ ସୁରକ୍ଷ୍ୟ ବଳୟ ଭିତରେ ରହୁଛନ୍ତି, ତେଣୁ ସେମାନଙ୍କୁ କଣ କୋରୋନା ହୋଇଛି ଯେ ସେମାନେ ହାତ ମିଳାଇ ପାରିବେ ନାହିଁ। ଏକଥା ସତ, କିନ୍ତୁ କୋରୋନା ହେବ ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରାଯାଇପାରିବ ନାହିଁ।

ବ୍ରିଟିଶ ପ୍ରଧାନମନ୍ତ୍ରୀ କୋରୋନା ପାଇଁ ICU ରେ ପଡିଲେ, କାନାଡ଼ା ରାଷ୍ଟ୍ରପତି ସଂଗରୋଧରେ ରହିଲେ, ସ୍ପେନର ରାଣୀ ମରିଗଲେ, Whitehouseର ଅଧିକାରୀ ପଜିଟିଭ ହେଲେ। ଭାରତରେ ରାଷ୍ଟ୍ରପତି ଭବନରେ ବି କୋରୋନା ପଶିଲା ଶହେରୁ ଅଧିକ କର୍ମଚାରୀ ସଂଗରୋଧରେ ରହିଲେ। ହେଲେ ମୋଦି-ନବୀନ ସେଥିରୁ କିଛି ଶିଖିପାରିରେ ନାହିଁ।  ସମସ୍ତଙ୍କ ଆଗରେ ଭୁବନେଶ୍ୱର ବିମାନବନ୍ଦରରେ ହାତ ମିଳାମିଳି ହେଲେ। ଯାହାକୁ ବିଜେପି-ବିଜେଡିର ଉଛୁଳା ପ୍ରେମ ବୋଲି କୁହାଯାଉଛି।

Related Posts