୧୯ ରେ ପୁଣି ଓଡ଼ିଶା ଆସିବେ ମୋଦି; ୨୦ରେ ପୁରୀରେ କରିବେ ରୋଡ ସୋ’

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ୧୯ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ୱରରେ ପହଞ୍ଚିବା ପରେ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକରେ ସମୀକ୍ଷା କରିବେ । ନିର୍ବାଚନକୁ ନେଇ ବିଜେପି କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ତେବେ ୧୯ ତାରିଖରେ ରାତ୍ରୀଯାପନ କରି ୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀଜିଉଙ୍କ ଦର୍ଶନ ପରେ ପୁରୀରେ ରୋଡ ସୋ’ କରିବେ ମୋଦି। ଏହାପରେ ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

ସୂଚନା ଅନୁସାରେ ଚଳିତ ମାସରେ ଦୁଇଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରିଥିଲେ ପ୍ରଧାନମନ୍ତ୍ରୀ। ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ମେ ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ୧୧ରେ ତିନୋଟି ବିଶାଳ ଜନସଭା କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି ।

Related Posts