ଜଗନ୍ନାଥଙ୍କୁ କହିଲେ ମୋଦିଙ୍କ ଭକ୍ତ; କଡା ସମାଲୋଚନା ପରେ ସମ୍ବିତ ପାତ୍ରଙ୍କ ପ୍ରାୟଶ୍ଚିତ ନାଟକ!

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ଗତକାଲି ପୁରୀରେ ରୋଡ଼ ସୋ’ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆଉ ମୋଦିଙ୍କ ରୋଡ଼ ସୋ ‘ ପରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ଗୁରୁଚଣ୍ଡାଳ ଦୋଷ ଟିଏ କରିଦେଲେ | ଏକ ନିର୍ଦ୍ଧିଷ୍ଟ ମିଡ଼ିଆକୁ ବାଇଟ ଦେବାବେଳେ, ଅତ୍ୟଧିକ ଉତ୍ସାହିତ ହୋଇ ସେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ ବୋଲି କହିଦେଲେ |

ହୁଏତ ଏହା ଅନିଚ୍ଛା ସତ୍ୱେ ତାଙ୍କର ମୁହଁରୁ ବାହାରି ଯାଇଥାଇପାରେ | ଏଭଳି କହିବାର ଉଦେଶ୍ୟ ନଥାଇ ପାରେ | ହେଲେ ଏତେବଡ଼ ଭୁଲ କରି ସେ ସଂଗେ ସଂଗେ ଭୁଲ ମାଗିଲେ ନାହିଁ | ଏହା ଦିନ ସାରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିବା ପରେ ସମ୍ବିତଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଲା | ଶେଷରେ ବାଧ୍ୟ ହୋଇ ଏହାର ପ୍ରାୟଶ୍ଚିତ ସ୍ୱରୂପ ସେ ତିନି ତିନ ଉପବାସ କରିବାକୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି|

ତେବେ ଏ ଭିଡିଓ ନେଇ ଅନେକଙ୍କ କହିବା କଥା ଯେ, ଏଭଳି ମନ୍ତବ୍ୟ ପରେ ସମ୍ବିତ ଭାବିଥିଲେ ଖସିଯିବେ | ହେଲେ ସାମାଜିକ ଗଣମାଧ୍ୟମରେ ଏହାର ଜୋରଦାର ବିରୋଧ ହେବାପରେ ତାଙ୍କର ନିର୍ବାଚନ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା ଦେଖାଦେଲା | ଏହା ଫଳରେ ଏତେ ବଡ଼ ଭୁଲ କରିବାର ଦୀର୍ଘ ଘଣ୍ଟା ପରେ ସେ ପ୍ରାୟଶ୍ଚିତ ନାଟକ ଟିଏ ରଚନା କରିଛନ୍ତି | ତେବେ ଦେଖାଯାଉ ଅଗଣିତ ଜଗନ୍ନାଥ ପ୍ରେମୀ ଏହାକୁ କିଭଳି ଗ୍ରହଣ କରୁଛନ୍ତି |

Related Posts