ସମୀର ଦାଶଙ୍କୁ ବିଜେପିରେ ବଡ ଦାୟିତ୍ବ; ରାଜ୍ୟ ମୁଖପାତ୍ର ସହ ୪ ବିଧାନସଭା ଆସନର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ):  ବିଜେଡି ଛାଡ଼ି ଗତକାଲି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଆଜି ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପି ଆଜି ଦଳରୁ ବହିଷ୍କାର କରିଛି ।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ଦଳର ମିଡିଆ ସେଲକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ତାଙ୍କୁ କାକଟପୁର, ନିମାପଡ଼ା, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନର ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ୱ ବିଶେଷ ଭାବେ ପ୍ରଦାନ କରାଯାଇଛି ।

ଶ୍ରୀ ଦାଶଙ୍କ ବ୍ୟତୀତ ନାଲକୋର ପୂର୍ବତନ ଅବସରପ୍ରାପ୍ତ ଅଧିକାରୀ ତପନ କୁମାର ଚାନ୍ଦଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।

Related Posts