ଯାହା ସବୁ ଲୁଟିଛ, ଗୋଟି ଗୋଟି କରି ଫେରାଇବାକୁ ପଡିବ, ଏହା ମୋଦୀର ଗ୍ୟାରେଣ୍ଟି; ଆଇଟି ରେଡ୍ ନେଇ ମୋଦୀଙ୍କ ପୋଷ୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାରେ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ | ଓଡ଼ିଶାରେ ଚାଲିଥିବା ଏହୁ ଚଢ଼ାଉକୁ ନେଇ ଖବରକାଗଜ ରେ ପ୍ରକାଶିତ ଏକ ଖବରର ଫଟୋ ପୋଷ୍ଟ କରି ମୋଦୀ ଲେଖିଛନ୍ତି ଯେ, ଦେଶବାସୀ ଏହି ଟଙ୍କାର ପାହାଡ଼ ଦେଖନ୍ତୁ ଓ ସେମାନଙ୍କ ନେତାଙ୍କର ଇମାନଦାରୀର ଭାଷଣ ଶୁଣନ୍ତୁ | ମୋଦୀ ଆହୁରି ଲେଖିଛନ୍ତି ଯେ, ଜନତାଙ୍କଠାରୁ ଯାହା ସବୁ ଲୁଟିଛ, ଗୋଟି ଗୋଟି କରି ଫେରାଇବାକୁ ପଡିବ, ଏହା ମୋଦୀର ଗ୍ୟାରେଣ୍ଟି ବୋଲି ଏକ୍ସରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ|

ତେବେ ଝାଡଖଣ୍ଡରୁ କଂଗ୍ରେସର ରାଜ୍ୟସଭା ସାଂସଦ ଥିବା ଧୀରଜ ସାହୁଙ୍କ ବଲାଙ୍ଗୀରରେ ଥିବା ଏକ ଦେଶୀ ମଦ କାରଖାନାରେ ଆଇଟି ରେଡ ହୋଇ ପାଖାପାଖି 500 କୋଟିରୁ ଉର୍ଦ୍ଧ ଟଙ୍କା ଜବତ ହୋଇଛି | ଏହା ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ଏବେବି ଚଢ଼ାଉ ଜାରି ରହିଛି | ତେବେ କଂଗ୍ରେସ ସାଂସଦଙ୍କ ମଦ କାରଖାନାରୁ ଏତେ ପରିମାଣର ନଗତ ଟଙ୍କା ଜବତ ହେବା ପରେ ଏବେ ମୋଦୀ କଂଗ୍ରେସକୁ ଟାର୍ଗେଟ କରି ଏଭଳି ପୋଷ୍ଟ କରିଛନ୍ତି |

Related Posts