ମୋଦିଙ୍କ କଥାରେ କିଛି ଘଣ୍ଟା ପାଇଁ ବନ୍ଦ୍ ହୋଇଥିଲା ଋଷ-ୟୁକ୍ରେନ ଯୁଦ୍ଧ : ରାଜନାଥ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଉଦୟପୁର ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ସେଠାରେ ପନ୍ନାଧାୟ ଉଦ୍ୟାନ ଏବଂ ପ୍ରତିମୂର୍ତ୍ତିର ଲୋକାର୍ପଣ କରଛନ୍ତି। ଏହାପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱରେ ଏକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କି ଦୁଇଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କିଛି ଘଣ୍ଟା ପାଇଁ ବନ୍ଦ କରିଦେଇଥିଲେ। ଏହି ସମୟରେ, ଆମେ ସେଠାରେ ଫସି ରହିଥିବା ୨୨ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିଥିଲୁ। ଏହା କେବେ ହୋଇ ନଥିଲା ଏବଂ କେବେ ଆଗକୁ ହେବ ନାହିଁ ମଧ୍ୟ। ଏଥିରୁ ଅନୁମାନ କରାଯାଇ ପାରେ ଯେ ଭାରତ ବର୍ତ୍ତମାନ ବିଶ୍ଵ ମାନଚିତ୍ରରେ କେତେ ଶକ୍ତିଶାଳୀ।

ରାଜନାଥ ସିଂ ଆହୁରି କହିଛନ୍ତି ଯେ, ଆମ ସରକାର ଦେଶର ଆତ୍ମ ସମ୍ମାନକୁ କେବେ ମଧ୍ୟ କ୍ଷୁର୍ଣ୍ଣ ହେବାକୁ ଦେବେ ନାହିଁ। ଆମେ କେବଳ ଭାରତରେ ରହୁଥିବା ଲୋକଙ୍କ ବିଷୟରେ ଚିନ୍ତା କରୁନାହୁଁ, ଅନ୍ୟ ଦେଶରେ ରହୁଥିବା ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛୁ।ଭାରତ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ। କିନ୍ତୁ ଯଦି କେହି ଦେଶକୁ ଖରାପ ଆଖିରେ ଦେଖିବା ପାଇଁ ଚେଷ୍ଟା କରେ, ତେବେ ଏହାର ଉପଯୁକ୍ତ ଉତ୍ତର ଦିଆଯାଇଛି। ରାଜନାଥ ସିଂ କହିଛନ୍ତି ଯେ ୮ ବର୍ଷ ପୂର୍ବେ ଆମେ କେବଳ ୯୦୦ କୋଟି ମୂଲ୍ୟର ଅସ୍ତ୍ର ବିକ୍ରୟ କରୁଥିଲୁ, କିନ୍ତୁ ବର୍ତ୍ତମାନ ଏହା ୧୩୦୦୦ କୋଟି ଟଙ୍କାରେ ପହଞ୍ଚିଛି । ୨୦୪୭ ସୁଦ୍ଧା ଏଏହା ୨.୭୫ ଲକ୍ଷ କୋଟି ହେବ। ୨୦୪୭ ସୁଦ୍ଧା ଅର୍ଥାତ ୨୫ବର୍ଷ ପରେ ଭାରତ ବିଶ୍ୱଗୁରୁରେ ପରିଣତ ହେବ ବୋଲି ରାଜନାଥ ସିଂ କହିଛନ୍ତି।

Related Posts