ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋହନ ସରକାରକୁ ପୂରିଲା ୨ ବର୍ଷ। ରାତି ୮ଟାରେ ମୋହନ ସରକାରଙ୍କ କ୍ୟାବିନେଟ ବୈଠକ। ଆସିପାରେ ଅନେକ ମେଗା ନିଷ୍ପତ୍ତି । ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ନିଷ୍ପତ୍ତି । ଖାସକରି ମହିଳା ଓ ଯୁବବର୍ଗଙ୍କୁ ଦିଆଯାଇପାରେ ଫୋକସ । ବିଜେପି ସରକାରକୁ ଆସିବାର ପ୍ରଥମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ ମୁଖ୍ୟମନ୍ତ୍ରୀ ।
୨ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଅନପୂର୍ଣ୍ଣା ଯୋଜନା, ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନଫୋସିଟି ଯାଏଁ ରାସ୍ତା ଓ ୫୭୪ କୋଟି ଟଙ୍କାର ଜନାଶ୍ରୟ ଭବନର ଉଦଘାଟନ ହେବ । ସେହିଭଳି ଜୟଦେବ ବିହାର ଓ ନନ୍ଦନକାନର ରୋଡର କାର୍ଯ୍ୟାରମ୍ଭ, ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକଙ୍କଚ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି ।
