ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ; ପ୍ରଭାତୀ, କେଭି ଉପମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର,୧୧/୬(ସତ୍ୟପାଠ ବ୍ୟୁରୋ):  ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ମୋହନ ଚରଣ ମାଝୀ ହେଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ନେବେ ଶପଥ ।

ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ । ଉଭୟଙ୍କ ନାଁ ଘୋଷଣା କଲେ ରାଜନାଥ ସିଂହ । ସେପଟେ ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର ।

Related Posts