ବଡ଼ବିଲ ପୌର ସଂସ୍ଥାରୁ ଟଙ୍କା ହଡ଼ପ ମାମଲା; ରାଜ୍ୟ ବାହାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଠକକୁ ଗିରଫ କରିଛି ଇଓଡବ୍ଲ୍ୟୁ । କେନ୍ଦୁଝର ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଇଓଡ଼ବ୍ଲ୍ୟୁ ୨ ଠକଙ୍କୁ ଗିରଫ କରିଛି । ଅଭିଯୁକ୍ତ ସୁବାସ ଘିସିଂ ଗିରିକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସୟାଦ ସହବଜା ନାକବିକୁ ଛତିଶଗଡ଼ରୁ ଗିରଫ କରିଛି ଇଓଡ଼ବ୍ଲ୍ୟୁ । ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗରେ ବଡ଼ବିଲ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।

ଉଭୟେ ବଡ଼ବିଲ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନକଲି ଚେକ ଦେଇ ଓ ଜାଲ ଦସ୍ତଖତ କରି ବେଆଇନ ଭାବେ ୨ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଛନ୍ତି। କେନ୍ଦୁଝର ପୁଲିସ ଓ ପଶ୍ଚିମବଙ୍ଗ ବାରକ ପୁଲିସର ସହାୟତାରେ ଦୁଇ ଅଭିଯିକ୍ତଙ୍କୁ ଗିରଫ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts