ପୁଲିସ୍ କବଜାରେ ମୋଷ୍ଟ ୱାଣ୍ଟେଡ ଇରାନୀ ଗ୍ୟାଙ୍ଗ; ୪ ଗିରଫ, ୫ ବାଇକ୍ ସହ ୧୭ଟି ସୁନା ଚେନ ଜବତ

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ସ୍ପେସାଲ ସ୍କ୍ବାଡ୍ ହାତରେ ମୋଷ୍ଟ ୱାଣ୍ଟେଡ ଇରାନୀ ଗ୍ୟାଙ୍ଗ। ୪ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଜବତ ହୋଇଛି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରିଛି ପୁଲିସ। ଆନ୍ଧ୍ର ପୁଲିସ ଏମାନଙ୍କୁ ଗତ ଛଅ ମାସ ହେଲା ଖୋଜୁଥିଲା। କେବଳ କମିସନରେଟ ପୁଲିସ ଅଞ୍ଚଳରେ ଏମାନଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି। ଏହାଛଡ଼ା ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ପାଣିକୋଇଲି ଓ ଭଦ୍ରକ ପୁଲିସରେ ରହିଛି ଏମାନଙ୍କ ସଂପର୍କରେ ଅଭିଯୋଗର ଲମ୍ବା ତାଲିକା।

ଇରାନର ଏହି ଚୋରଙ୍କୁ ଧରିବା ସାରା ରାଜ୍ୟର ପୁଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ଏମାନଙ୍କ ପୂର୍ବପୁରୁଷମାନେ ଇରାନରୁ ଆସି ଭାରତର ବିଭିନ୍ନ ଅଞ୍ଚଳରେ ରହି ଚୋରି କରୁଥିଲେ। କୌଳିକ ବୃତ୍ତି ଭାବେ ଏହି ଚୋରମାନେ ପ୍ରଥମେ ଝାଡ଼ଖଣ୍ଡ, ଏମ. ପି, ବିହାର, ୟୁପି ଅଞ୍ଚଳରେ ଚୋରି କରିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ। ଏମାନେ ବାଇକରେ ବୁଲିବୁଲି ଜାତୀୟ ରାଜପଥରେ ଯାଉଥିବା ମହିଳା ଓ ଏକାକୀ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ।

Related Posts