ମୋଷ୍ଟ ୱାଣ୍ଟେଡ ହାଫିଜ୍ ସୟିଦ୍ ଗିରଫ

ସତ୍ୟପାଠ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍ ଧରାପଡିଛି । ଲାହୋରରୁ ଗୁଞ୍ଜରାବାଲା ଯାଉଥିବା ବେଳେ ହାଫିଜ୍ କୁ ଗିରଫ କରାଯାଇଛି । କାଉଣ୍ଟର ଟେରୋରିଜିମ୍ ସ୍କ୍ୱାର୍ଡ ତାକୁ ଗିରଫ କରିଥିବା ଜଣାପଡିଛି ।

ପୂର୍ବରୁ ପୁଲୱାମା ଏବଂ ଉରୀ ଭଳି ଆତଙ୍କୀ ହମଲାରେ ହାଫିଜ ସୟିଦ୍ ର ସଂପୃକ୍ତି ଥିବା ଅଭିଯୋଗ ହୋଇଥିବା । ଲକ୍ସର-ଇ-ତୋଇବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଏବଂ ଜମା-ଆଟ୍-ଉଡଦା ଆତଙ୍କୀ ମୁଖ୍ୟ ହେଉଛି ହାଫିଜ୍ । କିଛି ଦିନ ପୂର୍ବେ ହାଫିଜକୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଆତଙ୍କୀ ଭାବେ ଘୋଷଣା କରାଯାଇଥିଲା । ଫେବୃୟାରୀ ୧୪ ରେ ପୁଲୱାମା ଠାରେ ହୋଇଥିବା ଆତଙ୍କୀ ହମଲା ପରେ ଜାତିସଂଘ ତରଫରୁ ହାଫିଜ୍ ଉପରେ କଡ଼ା ନଜର ରଖିଥିଲା କାଉଣ୍ଟର ଟେରୋରିଜିମ୍ ସ୍କ୍ୱାଡ । ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ସମୁଦାୟ ବିଶେଷକରି ଆମେରିକାର ଚାପ ପଡ଼ିବାରୁ କୁଖାତ ଆତଙ୍କବାଦୀ ତଥା ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫଜ୍ ସଇଦ୍କୁ ଗିରଫ କରିଥିଲା । ହେଲେ ହାଫିଜ୍ ବିରୋଧରେ ପର‌୍ୟ୍ୟାପ୍ତ ପ୍ରମାଣ ଅଭାବରୁ ପାକିସ୍ତାନର ଏକ କୋର୍ଟ ତାକୁ ନଜରବନ୍ଦୀରୁ ମୁକ୍ତ କରିଥିଲା ।

Related Posts