୪ ମାସ ପରେ ଖୋଲିଲା ମା’ ମଝିଘରିଆଣିଙ୍କ ହୁଣ୍ଡି: ମିଳିଲା ୬୨ ଲକ୍ଷ ଟଙ୍କା ସହ ୪୬ ଗ୍ରାମ ସୁନା

ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ୪ ମାସ ପରେ ଖୋଲିଲା ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ହୁଣ୍ଡି । ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରୁ ବାହାରିଲା ୬୨ ଲକ୍ଷ ୨୨ ହଜାର ଟଙ୍କା । ଏଥିସହିତ ୪୬ ଗ୍ରାମ ସୁନା, ୧୭୭୫ ଗ୍ରାମ ରୁପା ମଧ୍ୟ ବାହାରିଥିବା ଜଣାପଡ଼ିଛି ।

ଆଜିର ଟଙ୍କା ଗଣା କାମ ୟୁନିୟନ ବ୍ୟାଙ୍କ ନେଇଥିବା ବେଳେ ଭେଙ୍କେଟେଶ୍ୱର କଲ୍ୟାଣ ମନ୍ଦିର କମିଟି, ବିଭିନ୍ନ ସ୍ୱେଚ୍ଛାସ୍ୱେବୀ ଅନୁଷ୍ଠାନର ସଭ୍ୟ ସହଯୋଗ କରିଛନ୍ତି । ବିଶେଷକରି ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଭକ୍ତ ମାନେ ଦାନ ଆକାରରେ ଏହି ହୁଣ୍ଡିରେ ଟଙ୍କା, ସୁନା ପକାଇଥାଆନ୍ତି ।

ତେବେ ଶେଷ ଥର ପାଇଁ ଗତ ଅଗଷ୍ଟ ମାସରେ ହୁଣ୍ଡିରୁ ୧ କୋଟି ୧ଲକ୍ଷ ୨୩ ହଜାର ୩୮୦ ନଗଦ ଟଙ୍କା, ୧୦୪ ଗ୍ରାମ ସୁନା, ୨ କେଜି ୬୭୯ ଗ୍ରାମ ରୂପା, ୧୬ଟି ବିଦେଶୀ ମୁଦ୍ରା ବାହାରିଥଲା ।

Related Posts