‘ମୋଦି ହେଉଛନ୍ତି ନୂତନ ଭାରତର ରାଷ୍ଟ୍ରପିତା’: ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ

ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର​ ମୋଦି ଭାରତର ‘ରାଷ୍ଟ୍ରପିତା’। ଏଭଳି କିଛି ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍‌। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ‘ଏବେ ଦେଶରେ ଦୁଇ ଜଣ ରାଷ୍ଟ୍ରପିତା’ ଅଛନ୍ତି। ତେବେ ଏହା ପ୍ରଥମଥର ନୁହେଁ ଅମୃତା ଗତ ବର୍ଷ ମଧ୍ୟ ମୋଦିଙ୍କୁ ରାଷ୍ଟ୍ରପିତା ବୋଲି ସମ୍ବୋଧିତ କରିଥିଲେ।

ତେବେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯଦି ମୋଦି ରାଷ୍ଟ୍ରପିତା ତେବେ ମହାତ୍ମା ଗାନ୍ଧି କ’ଣ? ଏହାର ଉତ୍ତରରେ ଅମୃତ କହିଥିଲେ ଯେ, ମହାତ୍ମା ଗାନ୍ଧି ଓ ପ୍ରଧାନମନ୍ତ୍ରୀ ମୋଦି ଦୁହେଁ ରାଷ୍ଟ୍ରପିତା। ସେ କହିଛନ୍ତି, ଆମ ପାଖରେ ଦୁଇଜଣ ରାଷ୍ଟ୍ରପିତା ରହିଛନ୍ତି। ନରେନ୍ଦ୍ର ମୋଦି ନୂତନ ଭାରତର ରାଷ୍ଟ୍ରପିତା ଓ ମହାତ୍ମା ଗାନ୍ଧି ପୂର୍ବ ସମୟର ରାଷ୍ଟ୍ରପିତା ବୋଲି ଅମୃତା କହିଛନ୍ତି ।

ତେବେ ଅନ୍ୟପଟେ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଯଶୋମତି ଠାକୁର ଏବେ ଅମୃତାଙ୍କ ଏଭଳି ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି। ଠାକୁର କହିଛନ୍ତି ଯେ, ବିଜେପି ଓ ଆରଏସଏସ୍‌ର ବିଧାରଧାରା ମାନୁଥିବା ଲୋକ ବାରମ୍ବାର ଗାନ୍ଧିଜୀଙ୍କୁ ମାରିବାର ଚେଷ୍ଟା କରୁଥିଲେ। ସେମାନେ ଆମ ଜାତିର ପିତାଙ୍କ ବିଷୟରେ ଏଭଳି ବୟାନ ଦେଇଥାନ୍ତି, କାରଣ ସେ ମିଛ କହି ଗାନ୍ଧିଜୀଙ୍କ ଭଳି ମହାନ ଲୋକଙ୍କୁ ବଦନାମ କରି ଇତିହାସ ବଦଳାଇବାକୁ ଚାହାନ୍ତି।

Related Posts