କୋଣାର୍କ : କୋଣାର୍କ ଥାନା ଅଧିନ କାନାଡା ବ୍ୟାଙ୍କ ଗଳିରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳିବାକୁ ନଯିବାକୁ ଦେବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ ।

ଗତକାଲି ଦାମୋଦର ଉଚ୍ଚ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ଗୁନୁମୁନୁ ଜେନା କୁମାର ପୂର୍ଣ୍ଣିମା ଖେଳିବା ପାଇଁ ଗାଁକୁ ଯିବାପାଇଁ ନିଜ ମାଙ୍କୁ କହିଥିଲେ । ହେଲେ ପାଠପଢା ରାତିରେ ଖେଳିବାକୁ ଯାଇପାରିବୁନି ବୋଲି ବାରଣ କରିଥିଲେ ମା । କାରଣ ମାଆଙ୍କ ବାରଣକୁ ନେଇ ଝଗଡା କରିଥିଲେ ଗୁନୁମୁନ୍ । ହେଲେ ମା ରାଜି ନ ହେବାରୁ ଗୁନୁମୁନୁ ନିଜ ଘରେ ମାଙ୍କ ପିନ୍ଧା ଲୁଗା ବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ ।

ସୂଚନା ଥାଉକି, ଗୁନୁମୁନୁଙ୍କ ବାପା ନିରଞ୍ଜନ ଜେନା ଚିକେନ୍ ଦୋକାନରେ ଥିବା ବେଳେ ମା ଠାକୁର ଦର୍ଶନ କରିବା ଲାଗି ସତ୍ୟସାଇ ମନ୍ଦିର ଯାଇଥିଲେ । ମନ୍ଦିରରୁ ମା ଆସି ଦେଖିବା ବେଳକୁ ଝିଅ ଫ୍ୟାନ୍ ରେ ଝୁଲି ପଡିଥିଲା । ଝିଅର ଏପରି ଅବସ୍ଥା ଦେଖି ସ୍ୱାମୀଙ୍କୁ ଫୋନ କରି ଡାକିଥିଲେ ମାଆ । ଝିଅଟିର ବାପା ନୀରଞ୍ଜନ ଘରେ ପହଞ୍ଚି ତୁରନ୍ତ ଝିଅର ବେକରୁ ଲୁଗା ଖୋଲି ଗୋପ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇଁ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ସହ ଏକ ଟିମ୍ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଯେଉଁ ଘରେ ଗୁନୁମୁନୁ ଆତ୍ମହତ୍ୟା କରିଛନ୍ତି ପୋଲିସ ପହଞ୍ଚି ଘରକୁ ଯାଞ୍ଚ କରିବା ପରେ ସାଇଣ୍ଟିଫିକ୍ ଟିମି ଆଣି ତଦନ୍ତ କରୁଛି । ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନାଁ ଆଉ କିଛି ସନ୍ଦେହ ଘେରରେ । କୋଣାର୍କ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି