ଘୁଞ୍ଚିବନି ନିଟ ପରୀକ୍ଷା; ଘୁଞ୍ଚାଇବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଘୁଞ୍ଚିବନି ନିଟ ପରୀକ୍ଷା । ମେ’ ୨୧ରେ ହେବ ନିଟ ପରୀକ୍ଷା । ସେପଟେ ସୁପ୍ରିମ୍ କୋର୍ଟ ‘ନିଟ୍-ପିଜି ୨୦୨୨’ ପରୀକ୍ଷା ସ୍ଥଗିତ କରାଇବା ପାଇଁ ଦାଏର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଦୁଇଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, ପରୀକ୍ଷା ସ୍ଥଗିତିକରଣ ଗୋଳମାଳ ଓ ଅନିଶ୍ଚିତତା ସୃଷ୍ଟି କରିବା ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସୃଷ୍ଟି କରିବ। ଶୁଣାଣି ବେଳେ ଅଦାଲତ କହିଥିଲେ ଯେ, ପରୀକ୍ଷା ସ୍ଥଗିତିକରଣ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥିବା ୨ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷାର୍ଥୀଙ୍କୁ ଅସୁବିଧାରେ ପକାଇବ। ଆମେ କେମିତି ଏହା କରିପାରିବୁ ବୋଲି ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ।‘ନିଟ୍-ପିଜି ୨୦୨୧’ କାଉନ୍ସେଲିଙ୍ଗ୍ରେ ବିଳମ୍ବ ହୋଇଥିବା ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ବିଫଳ ହେବା ପରେ ଶୀର୍ଷ ଅଦାଲତରେ ଆବେଦନ କରାଯାଇଥିଲା।

ପରୀକ୍ଷାର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବା ଲାଗି ‘ଦି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟଙ୍କୁ ମଧ୍ୟ ଅନୁରୋଧ କରିଥିଲା। ମଣ୍ଡଭୀୟଙ୍କୁ ଲିଖିତ ପତ୍ରରେ ‘ଆଇଏମ୍ଏ’ କହିଥିଲା ଯେ, ‘ନିଟ୍-ପିଜି ୨୦୨୨’ ପରୀକ୍ଷା ତାରିଖ ଏବଂ ‘ନିଟ୍-ପିଜି ୨୦୨୧ କାଉନ୍ସେଲିଙ୍ଗ୍ ଶେଷ ମଧ୍ୟରେ ସମୟ ବ୍ୟବଧାନ ବହୁତ ସ୍ବଳ୍ପ ହୋଇଯାଉଛି। ଏତେ ସ୍ବଳ୍ପ ସମୟ ମଧ୍ୟରେ ଏଭଳି ‘ଅତ୍ୟନ୍ତ କଠିନ ପରୀକ୍ଷା’ ପାଇଁ ପ୍ରସ୍ତୁତି କରିବା ଲାଗି ଆଶାୟୀମାନେ ସମୟ ପାଇବେ ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts