ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସାଂସଦ ଅବୁ ତାହେର ଖାନଙ୍କ ଗାଡ଼ି ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ

କୋଲକାତା: ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସାଂସଦ ଅବୁ ତାହେର ଖାନଙ୍କ ଗାଡ଼ି ଧକ୍କାରେ ଆଖି ବୁଜିଛି ଜଣେ ଶିଶୁ ପୁତ୍ର । ଅବୁ ତାହେର ରାଜ୍ୟରେ କ୍ଷମତାରେ ଥିବା ଟିଏମସିର ନେତା । ଦୁର୍ଘଟଣା ପରେ ଶିଶୁ ପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ସାଂସଦଙ୍କ କହିବା ଅନୁସାରେ, ଶିଶୁଟି ହଠାତ ତାଙ୍କ କାର ଆଗକୁ ଚାଲି ଆସିଥିଲା।

ସୂଚନା ଅନୁସାରେ ଶିଶୁଟି ନିଜ ମାଆ ସହ ବ୍ୟାଙ୍କ ଯାଉଥିଲା । ଦୁର୍ଘଟଣା ଘଟିବା ସମୟରେ ସାଂସଦ ଗାଡିରେ ଉପସ୍ଥିତ ଥିଲେ। ଏହି ଘଟଣାରେ ସାଂସଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପିଲାଟିର ବାପା-ମାଆ ଏବେ ନ୍ୟାୟ ଦାବି କରିଛନ୍ତି ଏବଂ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁର୍ଘଟଣା ସମୟରେ ଗାଡି ୭୦-୮୦ କିଲୋମିଟର ବେଗରେ ଯାଉଥିଲା । ସାଂସଦ ଅବୁ ତାହେର ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି।

Related Posts