” ଭଲ ପାଇ ଭୁଲ କରିଦେଲି… ନ୍ୟାୟ କୁ ଅପେକ୍ଷା କରିବାଠୁ ଭଲ ଆତ୍ମହତ୍ୟା” : ଅନୁଭବ ମହାନ୍ତି

ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଏକ ଭିଡିଓକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ ।

କହିଛନ୍ତି ୧୪ ବର୍ଷ ହେବ ମୁଁ ଅନେକ ସମସ୍ୟା ଭୋଗୁଛି । ମୁଁ ମୋ ଜୀବନରେ ସମସ୍ତଙ୍କୁ ସମ୍ମାନ ଦିଏ । ଏମିତିକି ନାରୀଙ୍କ ପ୍ରତି ମୋର ସମ୍ନାନ ମଧ୍ୟ ରହିଛି । କିନ୍ତୁ ମୁଁ ମୋଜୀବନରେ ବହୁତ ବଡ ଭୁଲ ନିଷ୍ପତ୍ତି ନେଇଛି । ଯାହାର ପରିଣାମ ଭୋଗୁଛି । ଭଲପାଇ ସିନା ବିବାହ କଲି, କିନ୍ତୁ ଭଲ ଜୀବନସାଥୀଟିଏ ପାଇଲି ନାହିଁ । ମୋର ଜୀବନସାଥୀ ବାଛିବାରେ ମୋର ଭୁଲ ହୋଇଗଲା ।

ନାଁ ନନେଇ ପରୋକ୍ଷରେ ପତ୍ନୀ ବର୍ଷା ଓ ତାଙ୍କ ପରିବାରକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । କହିଛନ୍ତି ମୁଁ ସେମାନଙ୍କ ନିର୍ଯାତନାର ଶିକାର ହୋଇଛି । ମୁଁ ବହୁତ ସହିଲି ଆଉ ସହିବିନ ନାହିଁ । ଏହାର ପରିମାଣ ସେମାନେ ନିଶ୍ଚୟ ଭୋଗିବେ ବୋଲି ସ୍ପଷ୍ଟ ଭାବେ ଭିଡଓରେ କହିଛନ୍ତି ସାଂସଦ ଅନୁଭବ ।

ପ୍ରାୟ ଅଧଘଣ୍ଟା ଏହି ଭିଡିଓରେ ସେ ନିଜର ମନର କଥା କହିଛନ୍ତି । ବର୍ଷାକୁ ସେ ଭଲ ପାଇ ବାହା ହୋଇଥିଲେ । ଆଉ ଏବେ ଭିଡିଓରେ ସେ ଭଲ ପାଇ ଭୁଲ କରିଥିବା କଥା କହିଛନ୍ତି । ଅନୁଭବ କହିଛନ୍ତି, ୨୦୦୮ରେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲି, ତାଙ୍କ ବିନା କାହା ବିଷୟରେ ଭାବିନଥିଲି । କିନ୍ତୁ ଏବେ ଭୁଲ ହୋଇଛି ।

Related Posts