କଂଗ୍ରେସ ପକ୍ଷରୁ ୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ, ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଲା ଛତିଶଗଡ଼ ଦାୟିତ୍ୱ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋରାପୁଟର ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଛି ନୂଆ ଦାୟିତ୍ୱ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଦଳର କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଛତିଶଗଡର ସଚିବ ଭାବରେ ନିଯୁକ୍ତ କରିଛନ୍ତି।ଦଳର ରାଷ୍ଟ୍ରୀୟ ସଂପାଦକ ଭାବେ ନିଯୁକ୍ତି ସହ ଛତିଶଗଡ଼ ଇନଚାର୍ଜ ଦାୟିତ୍ୱ ନେଇଛନ୍ତି।କଂଗ୍ରେସ ଦଳ ପକ୍ଷରୁ ୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଯଇଛି । ଏହାଛଡ଼ା ଅନ୍ୟ ୪ଟି ରାଜ୍ୟରେ ମଧ୍ୟ ଦଳ ପକ୍ଷରୁ ପ୍ରଭାରୀ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୂଚନା ଅନୁଯାୟୀ ଏହା ପୂର୍ବରୁ ମୋଦି ସରକାରଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଉନ୍ନୟନ ପଲିସିର ସମୀକ୍ଷା ନିମନ୍ତେ ବିରୋଧୀ କଂଗ୍ରେସ ଦଳ, ତିନିଟି କମିଟି ଗଠନ ହୋଇଥିଲା। ତେବେ ସରକାରଙ୍କ ବୈଦେଶିକ, ଆର୍ଥନୀତିକ ଏବଂ ସୁର‍କ୍ଷା ପଲିସିର ସମୀକ୍ଷା କରିବା ପାଇଁ ବିରୋଧୀ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ତିନିଟି କମିଟି ଗଠନ କରିଥିଲେ । ଗଠିତ କମିଟିରେ କଂଗ୍ରେସର ହେଭିୱେଟ୍‌ ନେତା ମନ୍ତ୍ରୀ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମସ୍ତ କମିଟିରେ ସଦସ୍ୟ ଥିଲେ । ତିନି କମିଟି ମଧ୍ୟରୁ ଆର୍ଥନୀତିକ ବ୍ୟାପାର କମିଟିରେ ମନମୋହନ ସିଂହଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ, ମଲ୍ଲିକାର୍ଜୁନ ଖାଡ଼ଗେ, ଦିଗବିଜୟ ସିଂ ଓ ଜୟରାମ ରମେଶ ଥିଲେ । ରମେଶ ଏହି କମିଟିର ଆବାହକ ଅଛନ୍ତି । ସେହିପରି ବୈଦେଶିକ ବ୍ୟାପାର କମିଟିରେ ମନମୋହନ ସିଂହଙ୍କ ସମେତ ଆନନ୍ଦ ଶର୍ମା, ଶଶୀ ଥରୁର, ସଲମାନ ଖୁର୍ସିଦ୍ (ଆବାହକ) ଓ ସପ୍ତଗିରି ଉଲାକା ରହିଥିଲେ । ଜାତୀୟ ସୁର‍କ୍ଷା କମିଟିରେ ମନମୋହନ ସିଂହଙ୍କ ସମେତ ଗୁଲାମ ନବୀ ଆଜାଦ୍, ବୀରପ୍ପା ମୋଇଲି, ଭିନସେଣ୍ଟ ଏଚ୍ ପାଲା (ଆବାହକ) ଏବଂ ଭି. ବୈଥିଲିଙ୍ଗମ୍ ରହିଥିଲେ।

Related Posts