ନୂଆଦିଲ୍ଲୀ : ଭାରତ ଗସ୍ତରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ । ଆଜି ଠାରୁ ସେ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ମୁମ୍ବାଇ ତାଜ ହୋ‌ଟେଲରେ ୨୬/୧୧ ଆକ୍ରମଣ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଗୁଟେରସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ।

ଶେଷ ଦିନରେ ଗୁଟେରସ ଗୁଜରାଟ ଯିବେ। ଗୁଜରା‌ଟର କେବାଡିୟାରେ ଗୁଟେରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିସନ ଲାଇଫ୍‌ ବୁକଲେଟ୍‌, ଲୋଗୋ ଏବଂ ଟ୍ୟାଗ୍‌ଲାଇନ୍‌ର ଉନ୍ମୋଚନ ସମୟରେ ଯୋଗ ଦେବେ।